ତେନ୍ତୁଳିମାଳ ରକ୍ଷାକାଳୀ ପୂଜକ ସ୍ୱର୍ଗତଃ ଜନାର୍ଦ୍ଦନା ମିଶ୍ରଙ୍କ ଉଦ୍ଦେଶ୍ୟରେ ନାମ ସଂକୀର୍ତ୍ତନ
ଯାଜପୁର : ଯାଜପୁର ସହରର ତେନ୍ତୁଳିମାଳସ୍ଥିତ ମା’ ରକ୍ଷାକାଳୀଙ୍କର ପୂଜକ ସ୍ୱର୍ଗତଃ ଜନାର୍ଦ୍ଦନ ମିଶ୍ରଙ୍କର ପଞ୍ଚଦଶାହ ଅବସରରେ ତାଙ୍କ ବାସଭବନରେ ଅଧିକାରୀ ନବକିଶୋର ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସେ ଜଣେ ଅତ୍ୟନ୍ତ ଉଦାର, ଅମାୟିକ, କର୍ମାଙ୍ଗ ପୂଜକ ଭାବରେ ଯାଜପୁର ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ବିଶେଷକରି ତାଙ୍କର ପିତୃପ୍ରଦତ୍ତ ଚିତ୍ରକଳା ଓ ମୂର୍ତ୍ତି ଗଠନରେ ଅତ୍ୟନ୍ତ ପାରଦର୍ଶିତା ଥିଲେ । ତାଙ୍କ ବିୟୋଗରେ ପୂଜା, ଆରାଧନା, ମୂର୍ତ୍ତି ଓ ଚିତ୍ରକଳା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଉପସ୍ଥିତ ସମସ୍ତ ଗ୍ରାମବାସୀ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ସମାଜସେବୀ ହୃଷିକେଶ ପତି, ଦେବାଶିଷ ମିଶ୍ର, ପ୍ରତାପରୁଦ୍ର ମିଶ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ଶୁଭମ୍ ଷଡ଼ଙ୍ଗୀ, ଅଶୋକ କୁମାର ସାହୁ, ଲିଜାରାଣୀ ପତି, ରୁବିନାରାଣୀ ମିଶ୍ର, ରୋହିତ କୁମାର ଦାଶ, ସସ୍ମିତା ପତି, ଶଶାଙ୍କ ଶେଖର ପତି, ରମେଶ କୁମାର ପତି, ସୋହନ ପ୍ରମୁଖ ଯୋଗଦେଇଥିବାବେଳେ କୀର୍ତ୍ତନ ଗାୟକ ରଞ୍ଜିତ ଦାସ, ସଞ୍ଜୟ କୁମାର ବଳ, ପ୍ରଫୁଲ୍ଲ କୁମାର ଦାସ, ଦେବବ୍ରତ ଦାସ, ସୁଦାମ ଚରଣ ଥାଟୋଇ ପ୍ରମୁଖ ନାମ ସଂକୀର୍ତ୍ତନରେ ସହଯୋଗ କରିଥିଲେ । (ଫଟୋ)
