ଘୁଗୁଡିପଡା ୟୁ.ପି.ସ୍କୁଲର ଦୂରାବସ୍ଥା : ୪ଟି ଶ୍ରେଣୀ ଗ୍ରୁହରେ ପାଠପଢୁଛନ୍ତି ୮ଟି ଶ୍ରଣୀର ଛାତ୍ରଛାତ୍ରୀ
ଦଶପଲ୍ଲା : ‘ ସଭିଏଁ ପଢିବେ , ସଭିଏଁ ବଢିବେ ‘ ସ୍ଳୋଗାନ ସହ ଶିକ୍ଷା ବ୍ଯବସ୍ଥାର ସଂସ୍କାର ପାଇଁ ଯୋଜନାର ଅଭାବ ନାହିଁ। ହେଲେ ଯୋଜନା କେଉଁଠି ନା କେଉଁଠି ବାଟ ହୁଡୁଥିବା ଭଳି ମନେହେଉଛି। ଏହାର ଜ୍ୱଳନ୍ତ ପ୍ରମାଣ ଦିଏ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୁଗୁଡିପଡା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୨ଟି ଗ୍ରାମର ଶିକ୍ଷା ପ୍ରାଣକେନ୍ଦ୍ର କହିଲେ ଏହି ବିଦ୍ୟାଳୟକୁ ହିଁ ବୁଝାଏ। ମାତ୍ର ୮ଟି ଶ୍ରେଣୀ ପାଇଁ ଅଛି ମାତ୍ର ୪ଟି ଶ୍ରେଣୀ ଗ୍ରୁହ। ପିଲା ବାରଣ୍ଡାରେ ବସି ପାଠପଢୁଥିବାର ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ୮ଟି ଶ୍ରେଣୀ ପାଇଁ ଅଛନ୍ତି ୬ଜଣ ଶିକ୍ଷକ। ଶ୍ରେଣୀ ଗ୍ରୁହ ଓ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ଅଂଚଳବାସୀ ରାଜନେତା ଓ ବିଭାଗୀୟ ଅଧିକାରୀଂକୁ ଜଣାଇ ଥିଲେହେଁ ସମସ୍ୟା ସମାଧାନର କେବଳ ପ୍ରତିଶ୍ରୁତି ମିଳିଛି ହେଲେ ଫଳ ଶୂନ। କୁନିକୁନି ପିଲାମାନଙ୍କୁ କେବେ ଘର ଓ ଶିକ୍ଷକ ମିଳିବ ତାକୁ ଅଂଚଳବାସୀଙ୍କ ଅପେକ୍ଷା ରହିଛି।
