ନଳକୂପ ରିଚାର୍ଜ ପିଟ ନାମରେ ହଜାର-ହଜାର ଟଙ୍କା ହରିଲୁଟ, ପ୍ରକଳ୍ପ ଦିଗହରା
ଦଶପଲ୍ଲା : ଜନସ୍ୱାସ୍ଥ୍ୟ ଉପଖଣ୍ଡ ନୟାଗଡ଼ ଦ୍ଵାରା ଦଶପଲ୍ଲା ଏନ୍ଏସି ର ବିଭିନ୍ନ ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ନଳକୂପ ରିଚାର୍ଜ ପିଟ ପ୍ରକଳ୍ପ କାର୍ୟ୍ୟ କରାଯାଇଛି କ୍ଷ କିଛି ନନ୍ଦ ନଳକୂପ ଆଗରେ ବସାଯାଇ ଏଥିପାଇଁ ଗୋଟିଏ ନଳକୂପ ବୈଷୟିକ କାର୍ୟ୍ୟପାଇଁ ଖର୍ଚ୍ଚ କରାଯାଇଛି ୨୬୫୬୦/- ଟଙ୍କା ଲକ୍ଷ୍ୟ ଥିଲା ନଳକୂପ ରୁ ବାହାରୁଥିବା ପାଣି ଏଣେତେଣେ ନ ଯାଇ ତିଆରି କରାଯାଇଥିବା ପ୍ରକଳ୍ପ ମଧ୍ୟରେ ପ୍ରବେଶ କରିବକ୍ଷ ହେଲେ ଜଳ ଲକ୍ଷ୍ୟ ସ୍ଥଳ ରେ ନ ପହଂଚି ବିଚ୍ଛୁରିତ ହେଉଥିବାର ଦେଖିବାକୁ ମିଳିଛି କ୍ଷ କେଉଁଠି ପାଣି ବାହାରି ରାସ୍ତାରେ ଜମା ହେଉଛି ତ ଆଉ କେଉଁଠି ପାଣି ବାହାରୁ ନଥିବା ନଳକୂପ ସ୍ଥାନରେ ମଧ୍ୟ ପ୍ରକଳ୍ପ ତିଆରି ହୋଇଥିବାର ଦେଖିବାକୁ ମିଳୁଛି କ୍ଷ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର୍ ହେଉଛି କିଛି ସରକାରୀ ନଳକୂପ ରୁ ଜୋର୍ ଜବରଦସ୍ତ ବୋରିଂ ଦ୍ଵାରା ଜଳ ଚୋରୀ ହେଉଥିବାର ଦେଖିବାକୁ ମିଳୁଛି କ୍ଷ ଏ ସବୁକୁ ନେଇ ସାଧାରଣରେ ପ୍ରକଳ୍ପ କାର୍ୟ୍ୟର ସ୍ଵଚ୍ଛତା ଓ ଭବିଷ୍ୟତ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି କ୍ଷ ପ୍ରକଳ୍ପ ପାଇଁ ବ୍ୟୟ ଅର୍ଥ ଓ କାର୍ୟ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକଳ୍ପ କିଭଳି ଲକ୍ଷ୍ୟ ଠାରୁ ଦୂରରେ ତାହା ଲୋକ ଲୋଚନକୁ ଆସିପାରନ୍ତା ତଥା ନିର୍ମାଣ ରେ କେତେ ସ୍ଵଚ୍ଛତା ଅବଲମ୍ବନ ହୋଇଛି ତାହା ଜଣା ପଡନ୍ତା ବୋଲି ମତ ପ୍ରକାଶ ପାଉଛି I
