ଜାତୀୟ ପତାକାକୁ ଅସମ୍ମାନ
ମାଲକାନଗିରି : ଜାତୀୟ ପତାକାକୁ ଅସମ୍ମାନ । ତ୍ରିରଙ୍ଗାକୁ ବିପଦ ସଙ୍କେତ ଭାବେ ଜଣେ ଟ୍ରକ୍ ଡ୍ରାଇଭର ଲଗାଇଥିବା ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ସହରର ଇଣ୍ଡିଆନ ଗ୍ୟାସ କେନ୍ଦ୍ର ସମ୍ମୁଖରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ଟିଏସ ୦୩ ୟୁଏ ୭୭୭୪ ନମ୍ବର ବିଶିଷ୍ଟ ତେଲେଙ୍ଗାନାର ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ଉପରେ ଅଟକିଥିଲା । ଟ୍ରକଟି ଅଟକିଛି ବୋଲି ଅନ୍ୟାନ୍ୟ ଗାଡିକୁ ଜଣାଇବା ପାଇଁ ଟ୍ରକ୍ ପଛ ପାଖରେ ବିପଦ ସଙ୍କେତ ପାଇଁ ଗଛର ଡାଳ ପତ୍ର ସହିତ ଗୋଟିଏ ଜାତୀୟ ପତାକାକୁ ଟାଙ୍ଗି ଦିଆଯାଇଥିଲା । ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଡ୍ରାଇଭରଙ୍କ ଜ୍ଞାତରେ ହେଉ କିମ୍ବା ଅଜ୍ଞାତରେ ହେଉ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ସହରବାସୀ କହିଛନ୍ତି । ଏହା ଜାଣିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
