ଗୁଣିଗାରେଡିକୁ ନେଇ ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ପାଇଁ ଶବ ପୋଡିଦେଲେ
ମାଲକାନଗିରି : ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାଲାଭରମ ପଂଚାୟତର ତିନିରାଜପଲ୍ଲୀ ଗ୍ରାମରେ । ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ । ଘଟଣାସ୍ଥଳରେ ମୋଟୁ ପୋଲିସ ଡିଭିଏଫ ଯବାନଙ୍କ ସହ ପହଂଚି ତଦନ୍ତ ଜାରି ରଖିଛନ୍ତି । ଗୁଣିଗାରେଡିକୁ ନେଇ ଗଙ୍ଗା ପଡ଼ିଆମୀଙ୍କୁ ଦୁର୍ବୁତ ମାନେ ଧନୁତୀରରେ ପିଟିପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଘଂଚ ଜଙ୍ଗଲରେ ଶବ ନେଇ ପାଳରେ ଜାଳି ପୋଡ଼ିଦେଇଥିଲେ । ଘଟଣା ଗତକାଲି ଦିନରେ ଘଟିଥିବା ପୋଲିସ ଅନୁମାନ କରୁଛି । କୋରାପୁଟର ଏକ ସାଇଂଟିଫିକ୍ ଟିମ୍ ଆସି ଛାନଭିନ୍ କରିବା ପରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି ମୋଟୁ ଥାନା ଅଧିକାରୀ
