ବାହାନଗା ବ୍ଲକରେ ଭିନ୍ନକ୍ଷମ ଦିବସ ପାଳିତ
ବାହାନଗା : ଶନିବାର ଦିନ ବାହାନଗା ବ୍ଲକ ଶିକ୍ଷାଅଧିକାରୀଙ୍କ ଅଫିସରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହା ସହିତ ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠି ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ଶ୍ରୀଯୁକ୍ତ ରୁହିୟା ଟୁଡୁ, ଶ୍ରୀଯୁକ୍ତ ଉମାକାନ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିବା ସହିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତା ଶେଷରେ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କାର ସହିତ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ଲକ ଶିକ୍ଷାଅଧିକାରୀଙ୍କ ଅଫିସରେ ଏକ ଦିବ୍ୟାଙ୍ଗ ସାଧନ କେନ୍ଦ୍ରର ଉଦ୍ଘାଟନ କରିଥିଲେ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ । ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ଅଫିସର ବି.ଆର.ପି. ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପରିଡ଼ା ଓ ଶ୍ରୀମତି ବିଳାଶିନି ମହାରଣା ପରିଚାଳନା କରିଥିଲେ । ବ୍ଲକର ସମସ୍ତ ସି.ଆର.ସି.ସି, ଶ୍ରୀଯୁକ୍ତ ମୁକ୍ତିକାନ୍ତ ମିଶ୍ର, ଦିଲ୍ଲୀପ କୁମାର କବି, ଲକ୍ଷ୍ମୀଧର ମୁଦୁଲି, ପ୍ରଦୀପ କୁମାର ବିଶ୍ୱାଳ,ବିବେକାନ୍ଦ ସାହୁ ପ୍ରଦୀପ ମଣ୍ଡଳ, ପ୍ରଶାନ୍ତ ବେହେରା,ଶ୍ରୀମତୀ ତପସ୍ୱୀନି ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
