ଡିଆରକେ ଟିମ ଚମ୍ପିୟାନ
ବାରିପଦା : ସ୍ଥାନୀୟ କଲେଜ ପଡିଆରେ କ୍ଲବ ସିକ୍ରେଟ ଇଲେଭେନ ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଡିଆରକେ ଟିମ ଏଟାକ ଇଲେଭେନ ଟିମକୁ ୩୬ ରନରେ ପରାସ୍ତ କରି ଏବର୍ଷର ଚମ୍ପିୟାନ ହୋଇଛନ୍ତି ଓ ପ୍ରଥମେ ବ୍ୟାଟିଂ କରି ଡିଆରକେ ୧୦ ଓଭରରେ ୪ ଉଇକେଟ ହରାଇ ୧୦୧ ରନ କରିଥିଲେ ଓ ଦଳ ପକ୍ଷରୁ ଆଶିଷ ପୁଷ୍ପାଳକ ୪୦ ଓ ଲକ୍ଷ୍ମୀଧର ସିଂହ ୨୪ ରନ କରିଥିଲେ ଓ ଉତରରେ ଏଟାକ ଇଲେଭେନ ୧୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୬୫ ରନ କରିପାରିଥିଲେ ଓ ଦଳ ପକ୍ଷରୁ ଶିବ ଶଙ୍କର ଟୁଡୁ ୨୧ ଓ ସରୋଜ କୁମାର ଭୋଇ ୧୫ ରନ କରିଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ ଆଶିଷ ପୁଷ୍ପାଳକ, ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁଙ୍ଗା ଖେରୱାଲ ସୋରେନ, ଶ୍ରେଷ୍ଠ ବୋଲର ମାନସ ଧଳ ଓ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ଖୁଂଟା କ୍ରିକେଟ ଟିମ ପୁରସ୍କୃତ ହୋଇଥିଲେ ଓ ଏହାସହିତ ପ୍ରତ୍ୟେକ ଦିନର ମ୍ୟାନ ଅଫ ଦି ମ୍ୟାଚକୁ ପୁରସ୍କୃତ କରାଯାଇଥିଲା ଓ ସତ୍ୟ ସୁଷମା ମେମୋରିଆଲ ଟ୍ରଷ୍ଟ ତରଫରୁ ଚମ୍ପିୟାନ ଦଳକୁ ୬ ହଜାର ଓ ରନର୍ସ ଅପ ଦଳକୁ ୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସହ କ୍ଲବ ତରଫରୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ସୁଜାତା ମିଶ୍ର ଶ୍ରେଷ୍ଠ ବଲର ଓ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନକୁ ଏକ ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ ଓ କ୍ଳବର ସଭାପତି ଗୌରୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ସଂଗଠକ ଗିରିଶ ଚନ୍ଦ୍ର ଦାସ, ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ସଂଜୀବ କୁମାର ଦ୍ୱିବେଦୀ, ପୂର୍ବତନ କ୍ରିକେଟ ଖେଳାଳି ଅମୀୟ କୁମାର ବଳ, ଆଇନଜୀବୀ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ଓ ସମ୍ପାଦକ ସନ୍ତୋଷ କୁମାର ଓତା ଧନ୍ୟବାଦ ଅର୍ପଣ କରିଥିଲେ ଓ ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ ଏହି ଉତ୍ସବ ପରିଚାଳନା କରିଥିଲେ I
