କୁଡୁମି-ମହାନ୍ତ ମହାସଭାର ସାଂଗଠନିକ ବୈଠକ ଆସନ୍ତା ମାସ ବାରିପଦାରେ ହେବ ମହାସମାବେଶ
ବାରିପଦା : ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ କୁଡୁମି-ମହାନ୍ତ ମହାସଭାର ଏକ ସାଂଗଠନିକ ବୈଠକ ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ଆଡଭୋକେଟ ବସନ୍ତ କୁମାର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଫେବୃୟାରୀ ମାସରେ ବାରିପଦାଠାରେ ଏକ ମହାସମାବେଶ ଆୟୋଜନ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଦୀର୍ଘ ଦଶନ୍ଧି ଧରି କୁଡୁମି ସମ୍ପ୍ରଦାୟ ଅନୁସୂଚୀତ ଜନଜାତି (ଏସଟି) ସୂଚୀର ଅନ୍ତର୍ଗତ ହେବାପାଇଁ ଆନ୍ଦୋଳନ କରିଆସିଛି । ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟରେ ଆନ୍ଦୋଳନ ବଢିବାରେ ଲାଗିଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସରକାର ଏ ବାବଦକୁ ଆନୁଷ୍ଠାନିକ ସୁପାରୀଶ ପତ୍ର କେନ୍ଦ୍ରକୁ ପଠାଇଛନ୍ତି । କିନ୍ତୁ ବହୁଦାବୀ ସତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବେ ବୋଲି ୨୦୦୪ ମସିହାରେ ମୟୂରଭଂଜର ଯଶିପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ବିଶାଳ କୁଡୁମି ସମାବେଶରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଓଡିଶା ସରକାର ଏଯାଏଁ ସୁପାରିଶ କରିନାହାଁନ୍ତି । ତେଣୁ ଏହି ସମାବେଶ ଏସଟି ଦାବୀକୁ ଆହୁରି ତୀବ୍ର କରିବା ପାଇଁ ତଥା ସାଂସ୍କୃତିକ, ଶିକ୍ଷାଗତ ଓ ଆର୍ôଥକ ବିକାଶର ସାମଗ୍ରିକ ଚେତନା ଜାଗ୍ରତ ପାଇଁ ଆୟୋଜନ କରାଯିବ । ବୈଠକରେ ମହାସଭାର ବହୁ ପଦାଧିକାରୀ ଓ ବରିଷ୍ଠ ସଂଗଠକମାନେ ଉପସ୍ଥିତ ଥିବା ବେଳେ, ଆଡଭୋକେଟ ଅବନୀ ମହାନ୍ତ, ଛୋଟଲାଲ ମହାନ୍ତ, ଡ. ହୃଦାନନ୍ଦ ମହାନ୍ତ, ଶ୍ରୀ ପଦ୍ମଲୋଚନ ମହାନ୍ତ, ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ, ଇଂ ପ୍ରଦୀପ ମହାନ୍ତ, ସଂଜୀବ ମହାନ୍ତ, କୃଷ୍ଣ ମହାନ୍ତ, କ୍ଷେତ୍ରମୋହନ, ସତ୍ୟନାରାୟଣ ମହାନ୍ତ, ମେଘନାଦ ମହାନ୍ତ, ଧର୍ମପଦ ମହାନ୍ତ, ତୁଳସୀ ମହାନ୍ତ, ଚିତରଂଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
