ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ଡାଇବେଟିସ ସଚେତନତା ଓ ପରୀକ୍ଷା ଶିବିର
ବାଲିଆପାଳ : ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ମଙ୍ଗଳବାର ଡାଇବେଟିସ ସଚେତନତା ଓ ମାଗଣା ପରୀକ୍ଷା ଶିବିର ବାଲିଆପାଳ ବ୍ଲକ ସିମୁଳିଆ ବଜାରରେ ଥିବା ଏଡଭାନ୍ସ ହେଲଥ କେୟାର ଲାବୋରେଟୋରି ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଶତାଧିକ ଡାଇବେଟିସ ରୋଗୀମାନେ ଯୋଗଦେଇ ଖାଇବା ପୂର୍ବରୁ ଓ ପରେ ନିଜ ନିଜର ରକ୍ତ ପରୀକ୍ଷା କରାଇଥିଲେ।
ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ଜୋନାଲ ଚେୟାର ପରରସନ ଲାୟନ ନବୀନ କୁମାର ପାତ୍ର ଓ ସମାଜସେବୀ ଶ୍ୟାମାପ୍ରସାଦ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ।ଲାୟନ୍ସ କ୍ଲବର ସମ୍ପାଦକ ତରୁଣ ମହାପାତ୍ର, ବରିଷ୍ଠ ସଦଦ୍ୟ ଲାୟନ ରାଜେନ୍ଦ୍ର ରଣା, ଟ୍ରେଜେରାର ଲାୟନ ଭୋବନ ମୋହନ ପିଳା, ଲାୟନ ଗୋବିନ୍ଦ ପ୍ରସାଦ ଦାସ, ଲାୟନ ଝାଡେଶ୍ୱର ପ୍ରଧାନ, ଲାୟନ ବ୍ୟୋମକେଶ ସାହୁ, ଲାୟନ ଡାକ୍ତର ଗୟାରାମ ଗଙ୍ଗାଇ, ଲାୟନ ପ୍ରଶାନ୍ତ ସାହୁ, ଲାୟନ ଅଦୈତ ବାଗ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟେକ୍ନିସିଆନ ରବିନ୍ଦ୍ର ପ୍ରଧାନ, ସୁଦେଶା ସାମଲ, ଦିଗବିଜୟ ବିଶ୍ୱାଳ ଓ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ।
