ଖଇରାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ, ୧୦୨୦ ପଞ୍ଜିକୃତ
ଖଇରା : ବାଲେଶ୍ବର ଜିଲା ଖଇରା ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଏକାଦଶ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇ ଯାଇଛି । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ସାଲିମା ରାଉତ ଙ୍କ ଆବାହକତ୍ବରେ ଆୟୋଜିତ ଉଦ୍ଘାଟନୀ ସଭାରେ ବିଡିଓ ପର୍ଶୁରାମ ପଣ୍ଡା ପୌରହିତ୍ୟ କରିଥିଲେ । ଏଥିରେ ବିଧାୟକ ବକ୍ତବ୍ୟ ରଖି ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି କହିଥିଲେ। ବିଡିଓ ପର୍ଶୁରାମ ପଣ୍ଡା,ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।
ମୋଟ ୧୦୨୦ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ୮୫୦ରୁ ଉର୍ଦ୍ଧବ୍ୟକ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଗଗନ କୁମାର ଜେନା,ସଙ୍ଗୀତା ମୁଦୁଲି ,ଶଶିକାନ୍ତ ଦାସ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବିଏସଏସଓ ସାଲିମା ରାଉତ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
