ଷଣ୍ଢ ଓ ବୁଲା ଗୋରୁଙ୍କ ପାଇଁ ଧୁସରିଆ ବୋଲେରୋ ଆତଙ୍କ : ବିଳମ୍ବିତ ରାତିରେ ହେଉଛି ଚୋରି
ସୋର : ସଂପ୍ରତି ସୋର ଅଞ୍ଚଳରେ ରାତିଅଧିଆ ବୋଲେରୋରେ ଷଣ୍ଢ ଏବଂ ବୁଲା ଗୋରୁ ଚୋରି ଆତଙ୍କ ଦେଖାଦେଇଛି । ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଶୋଇଥିବା ବୁଲା ଗୋରୁଗୁଡ଼ିକୁ ଚୋରମାନେ ବୋଲେରୋର ପଛ ସିଟ୍ ଖୋଲିଦେଇ ଗୋଡ଼ ବାନ୍ଧି ନେଇଯାଉଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କଠାରୁ ସୂଚନା ମିଳିଛି । ଗତ କିଛିଦିନ ତଳେ ଉତ୍ତରେଶ୍ୱର ଉଡ଼ନ୍ତା ପୋଲ ତଳେ ଶୋଇଥିବା ଏକ ଷଣ୍ଢକୁ ଏକ ନମ୍ବର ବିହୀନ ଧୁସରିଆ ବୋଲେରୋରେ ବିଳମ୍ବିତ ରାତିରେ ଉଠାଇନେଇଥିବା ବେଳେ ଜଣେ ସ୍ଥାନୀୟ ଲୋକ ଦେଖଥିଲେ ସୁଦ୍ଧା ସେମାନଙ୍କ ପାଖରେ ମାରଣାସ୍ତ୍ର ଥିବାରୁ ଭୟରେ ବିରୋଧ କରିପାରି ନଥିଲେ । ବିଶେଷକରି ସୋର ଉତ୍ତ୍ରେଶ୍ୱର, ଉଡ଼ନ୍ତାପୋଲ ଉପରେ କିମ୍ବା ପୋଲ ତଳେ ଷ୍ଟେସନଛକ ନିକଟରେ ଆଶ୍ରୟ ନେଉଥିବା ଗୋରୁ ଗାଈମାନଙ୍କୁ ସେମାନେ ଲକ୍ଷ୍ୟ କରୁଛନ୍ତି । ବିଳମ୍ବିତ ରାତିରେ ଜନ୍ଶୂନ୍ୟ ହୋଇଯିବା ପରେ ସେମାନେ କୌଶଳ କ୍ରମେ ସେମାନଙ୍କୁ ନିଶା ଇଂଜେକ୍ସନ ଦେଇ ବେହୋସ କରି ଗୋଡ଼ ବାନ୍ଧି ପଛରେ ନଦି ନେଇଯାଉଛନ୍ତି । କିଛି ଦିନ ପୂର୍ବରୁ ଆଶ୍ରମ ଛକ ନିକଟରୁ ବିଳମ୍ବିତ ରାତିରେ ବୁଲା ଗୋରୁଗୁଡ଼ିକୁ ଏକ ପିକ୍ଅପ୍ରେ ବୋଝେଇକରି ନେବା ସମୟରେ ସେଠାରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । କେବଳ ପୋଲ ତଳେ ନୁହେଁ ସୋର-କୁପାରି ସରଶଂଖ ରାସ୍ତା ସୋର-ଅନନ୍ତପୁର ରାସ୍ତା ମଝିରେ ଷଣ୍ଢଗୁଡ଼ିକୁ ଏମିତି ରାତିଅଧିଆ ଅପହରଣ କରାଯାଉଥିବା ଲେଶକମାନେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପୁଲିସ୍ ପ୍ରଶାସନ ତର‘ରୁ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।ଷ୍ଟେସନ ରାସ୍ତା ପାଶ୍ୱର୍ ପରିବା ହାଟ ଯୋଗୁଁ ଯାତାୟତ ବାଧାପ୍ରାପ୍ତ: ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି (‘ଟୋ)ସୋର,୩୧/୧୨- ଗତ ୨୦୨୦ ମସିହା କୋଭିଡ଼ କଟକଣା ସମୟରେ ସୋର ପୌରପାଳିକା ତର‘ରୁ ପରିବା ବ୍ୟବସାୟୀଙ୍କୁ ଉଡ଼ନ୍ତାପୋଲ ତଳେ ଅସ୍ଥାୟୀ ଭାବେ ସ୍ଥାନିତ କରାଯାଇଲା । ସୋର ଏବଂ ବାସୁଦେବପୁର ବ୍ଲକର ଅନନ୍ତପୁର, କେଦାରପୁର, ପଢ଼ୁଆ, ଇରମ ଆଦି ଅଞ୍ଚଳରୁ ଶହ ଶହ ଲୋକ ଟ୍ରେନ ଯାତ୍ରାପାଇଁ ଏହି ରାସ୍ତାଦେଇ ଦୈନିକ ସୋର ଷ୍ଟେସନକୁ ଯା’ଆସ କରିଥାନ୍ତି । ଏଥିରେ ପୋଲ ଚଢ଼ିବାକୁ ସକ୍ଷମ ନଥିବା ରୋଗୀ ଏବଂ ବରିଷ୍ଠ ନାଗରିକମାନେ ମ୍ମ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ମାତ୍ର ରାତି ୩ଟାରୁ ଏହି ହାଟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ପନିପରିବା ବୋଝେଇ ଗାଡ଼ି, ଟ୍ରକ, ପିକ୍ଅପ୍, ରିକ୍ସା ଏବଂ ଅଟୋଗୁଡ଼ିକ ବେପରୁଆ ଭାବେ ରାସ୍ତା ଅବରୋଧ ଛିଡ଼ାହୋଇ ରହିଥାନ୍ତି । ଯାହା ‘ଳରେ ଯାତ୍ରୀମାନେ ପାଦରେ ଚାଲିଚାଲି ଅତିକ୍ରମ କରିବା ଅସମ୍ଭ ହୋଇ ପଡ଼ିଥାଏ । ଅଧିକାଂଶ ଦିନେ ଏହି ଭିଡ଼ ରାସ୍ତା ପାର ହୋଇ ନପାରି ବୁଢ଼ାବୁଢ଼ୀ ଟ୍ରେନ୍ େ‘ଲ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ପରିବା ବ୍ୟବସାୟକୁ ବନ୍ଦ କରାଯାଇ ସେମାନଙ୍କୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ସ୍ଥାପିତ କରିବା ପାଇଁ ସ୍ଥାନୀୟ ଅଧିବାସୀ ଏବଂ ଜନ ସାଧାରଣ ଦାବି କରିଛନ୍ତି ।ସୋର ରେଳ ଷ୍ଟେସନରେ ତାଇକୋଣ୍ଡୋ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା(‘ଟୋ)ସୋର,୩୧/୧୨- ସୋର ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ କଲିକତାରୁ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମେଡାଲ ଜିତି େ‘ରିଥିବା ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗ ମହାତ୍ମାଗାନ୍ଧୀ ରୋଡ଼ରେ ଥିବା ଏସଭିଏସ ବିଦ୍ୟାଳୟରେ ବେଙ୍ଗଲ ତାଇକୋଣ୍ଡୋ ଆସୋସିଏସନ୍ ତର‘ରୁ ଆୟୋଜିତ ସର୍ବଭାରତୀୟ ତାଇକୋ େ‘ଷ୍ଟରେ ସୋର ଏବଂ ସାଉଡ଼ ତାଇକୋଣ୍ଡୋ ଆସୋସିଏସନର ମୋଟ ୧୧ଜଣ ବାଳକ ଏବଂ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ତଥା କୋଚ ଅତ୍ତାଉଲ୍ଲା ଖାନଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ ୫ଟି ସ୍ୱର୍ଣ୍ଣପଦକ, ୮ ଟି ରୌପ୍ୟ ପଦକ ଏବଂ ୨ ଟି ବ୍ରୋଞ୍ଜ ପଦକ ଜିତିଥିଲେ । ଆଜି ଏହି ସ‘ଳ ପ୍ରତିଯୋଗୀମାନେ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଯୋଗେ ଆସି ସୋର ପହଞ୍ଚିବା ପରେ ପୌରାଧକ୍ଷ ମାଧବ ଧଡ଼ା, ପୌର ଉପା୍ମକ୍ଷା ସସ୍ମିତା ଦାସ, ପାରିଷଦ ରଞ୍ଜନ ଦାସ ରୀନାରାଣୀ ସେଠୀ ଏବଂ ସୋର ତାଇକୋଣ୍ଡୋ ଆସୋସିଏସନର ସଭାପତି ଅବଦୁଲ ଉଦୁଦ ଖାନ ପ୍ରମୁଖ କୃତୀ ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୫ ରାଜ୍ୟର ମୋଟ ଏକ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
