ନୀଳଗିରି ଲ୍ୟାମ୍ପରେ ସାଧାରଣ ସଭା ଅନୁଷ୍ଠିତ
ନୀଳଗିରି : ନୀଳଗିରି ଲ୍ୟାମ୍ପ ପରିସରରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନ।ୟକ ଉପସ୍ଥିତ ରହି ଚାଷୀଭାଇମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବାଲେଶ୍ୱର-ଭଦ୍ରକ କୋଅପରେଟିଭ୍ ବ୍ୟାଙ୍କର ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ନୀଳଗିରିରେ ବିଭିନ୍ନ ସ୍ଥାନରେ ଯଥାଶୀଘ୍ର ଧାନମଣ୍ଡି ଖୋଲିବା, କଟନି ଛଟନି ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ । ଉପସଭାନେତ୍ରି ରଂଜିତା ସିଂ ଉପସ୍ଥିତ ରହି ଚାଷୀଭାଇମାନେ ଯେପରି ନିଜ ନିଜରର ଧାନକୁ ଶାନ୍ତି ଶୃଙ୍ଖଳାରେ ଦେଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ନୀଳଗିରି ଲ୍ୟାମ୍ପର ସଭାପତି ନମା ସିଂ, ଉପସଭାନେତ୍ରି ଜାନକୀ ସିଂ ବ୍ୟାଙ୍କ ଶାଖା ପରଚାଳକ ଅରୁଣ ମାଇତ ନୀଳଗିରି ଲ୍ୟାମ୍ପର ଏମ.ଡି. ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
