ଓଷ୍ଟାସଂଘ ପକ୍ଷରୁକର୍ମକର୍ତ୍ତା ନିର୍ବାଚନ
ଯାଜପୁର : ଦଶରଥପୁର ବ୍ଲକ ବଉଳେଶ୍ୱର ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୧୭ଟି ବିଦ୍ୟାଳୟର ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ ଯ୍ଧେଜ୍ଞ ଦେଇଥିଲେ । ପ୍ରାକ୍ତନ ଜିଲ୍ଲା ସଭାପତି ଧନଞ୍ଜୟ କେଶରୀ ରାଉତରାୟ ସଭାକୁ ଉଦ୍ଘାଟନ କରିଥିବାବେଳେ ସଂପାଦକ ଶିଶିର କୁମାର ଶତପଥି ବିବରଣୀ ପାଠ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ସଭାପତି ସୁନନ୍ଦ କୁମାର ରାଉତ, ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ପିତାମ୍ବର ସ୍ୱାଇଁ, ଦିଗାମ୍ବର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଭ୍ୟ ଏବଂ କର୍ମ କର୍ତ୍ତାମାନେ ସଂଘର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିନେଇ ସଂଘ ପକ୍ଷରୁ ଏକ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସଭାପତି ଭାବେ ରମେଶ ଚନ୍ଦ୍ର ସାମଲ, ଉପ ସଭାପତି ଭାବେ ଜ୍ୟୋସ୍ନାରାଣୀ ଜେନା ଏବଂ ପ୍ରତାପ କୁମାର ସାହୁ, ସଂପାଦକ ଭାବେ ଶ୍ରୀକାନ୍ତ ସାହୁ, ସହ ସଂପାଦକ ଭାବେ ସଂଜୟ କୁମାର ଲେଙ୍କାଏବଂ ମଂଜୁଲତା ମହାନ୍ତିଙ୍କୁ ସର୍ବସମ୍ମାତିକ୍ ରମେ ନିର୍ବାଚିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରମେଶଚନ୍ଦ୍ ରମହାପାତ୍ର, ଧିରେନ୍ଦ୍ର କୁମାର ଜେନା, କରୁଣାକର ସାହୁ, ଅନୱାର ଅଲ୍ଲି, କଳ୍ପତରୁ ରାଉତ,ଅଶୋକ କୁମାର ନାୟକ,ସୁରେନ୍ଦ୍ର କୁମାର ପାଣିଗ୍ରାହି ପ୍ରମୁଖଉପସ୍ଥିତ ଥିଲେ ।
