ଧାମନଗର ଉପ-ନିର୍ବାଚନ : ଆସନ୍ତାକାଲି ଭୋଟ ଗଣତି
ଭଦ୍ରକ : ଆସନ୍ତାକାଲି ଧାମନଗର ଉପ-ନିର୍ବାଚନର ଭୋଟ ଗଣତି । ଏଥର ଭୋଟର କାହାକୁ ଜିତାଇଛନ୍ତି, ତାହା ସ୍ପଷ୍ଟ ହେବ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଚିତ୍ର । ପ୍ରକାଶ ପାଇବ ଧାମନଗର ଫଳ । ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟା ସୁଦ୍ଧା ଫଳାଫଳ ଆସିବା ସମ୍ଭାବନା ରହିଛି । ଏଥର ଧାମନଗରରେ ୬୮ ଦଶମିକ ୯୮ ପ୍ରତିଶତ ମତଦାନ ହୋଇଛି ।
ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ସେଥିନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି । ଇନର କର୍ଡନକୁ ସିଆରପିଏଫ ର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମିଡିଲ କର୍ଡନକୁ ଷ୍ଟେଟ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସେହିପରି ବାହ୍ୟ ବଳୟକୁ ଜିଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି । ୧୪ଟି ଟେବୁଲରେ, ୧୮ରାଉଣ୍ଡ ଗଣତି ହେବ। ଏହି ଇଭିଏମ ମେସିନ୍ ଗୁଡିକ ଷ୍ଟ୍ରଙ୍ଗ ରୁମ୍ରେ ରହିବା ପରେ ରବିବାର ସକାଳୁ କଡ଼ା ସୁରକ୍ଷା ବଳୟରେ ଗଣତି ହେବ । ଇଭିଏମ ମେସିନ୍ରେ ଭୋଟ ଦାନ ହୋଇଥିବାରୁ ରବିବାର ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଜଣାପଡିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରିଛି । ୨୫୨ ଟି ବୁଥରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ରାଉଣ୍ଡ ପାଇଁ ପ୍ରଶାସନ ୧୪ଟି ଟେବୁଲ ପ୍ରସ୍ତୁତ କରିଛି ।
