ଦଶପଲ୍ଲା ଏନଏସିରେ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବୀ
ଦଶପଲ୍ଲା : ଦିନ ପରେ ଦିନ ଗଡ଼ି ଚାଲିଛି। ହେଲେ ଦଶପଲ୍ଲା ଏନଏସିରେ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନି। ଏଥିନେଇ ବହୁ କାଉନସିଲର ଆଜି ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅସନ୍ତୋଷ ବ୍ଯକ୍ତ କରିବା ସହିତ ବିଭିନ୍ନ ୱାର୍ଡରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି। ଏଥିନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିଥିବା ଜଣାପଡିଛି।
