ଦଶପଲ୍ଲା ସବଜେଲ୍ ରୁ ବିଚାରାଧୀନ କଏଦୀ ଚମ୍ପଟ୍
ଦଶପଲ୍ଲା : ମଙ୍ଗଳ ବାର ଦିନ ଦିବା ୧୦ ଟା ୩୦ ମିନିଟ ସମୟରେ ବିଚାରାଧୀନ ବନ୍ଦୀ ଭାବରେ ଦଶପଲ୍ଲା ଜେଲ୍ରେ ଥିବା ହିମାଂଶୁ ଶେଖର ନାୟକ ( ୩୭ ) ଜେଲ୍ର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ଉପସ୍ଥିତ ୱାର୍ଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ଫେରାର୍ ହୋଇଯାଇଛି । ଫେରାର୍ ହିମାଂଶୁଙ୍କ ଘର , କଟକ ଜିଲ୍ଲା ନରସିଂହପୁର ହୋଇଥିବାବେଳେ , ସେ ତାଙ୍କ ସ୍ବୀକୁ ହତ୍ୟା ଅଭିଯୋଗରେ ତା ୨୮/୧୧/୨୦୨୦ମସିହାରୁ ଦଶପଲ୍ଲା ସବ୍ – ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବରେ ରହୁଥିବା ଜଣାପଡିଛି । ଏ ସମ୍ପର୍କରେ ଦଶପଲ୍ଲା ସବ୍ – ଜେଲର ମାନସ ରଂଜନ ସାମନ୍ତ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
