ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ସିଡିଏମଓଙ୍କୁ ମାସା ପକ୍ଷରୁ ଦାବୀପତ୍ର ୭ଦିନ ମଧ୍ୟରେ ଦାବୀ ପୁରଣ ନହେଲେ ତୀବ୍ର ଆନ୍ଦୋଳନ ହେବ
ବାରିପଦା : ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ ସତ୍ୱେ ସମସ୍ୟାର ସମାଧାନ ହେଉନ ନଥିବାରୁ ଆଜି ମୟୁରଭଞ୍ଜ ଆଜି ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ବାମନଘାଟି କମିଟି, ଜିଲ୍ଲା କମିଟି, ରାଜ୍ୟ କମିଟି ପକ୍ଷରୁ ସିଡିଏମଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି କ୍ଷ ବାମନଘାଟି ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଲୋକେ ଚିକିତ୍ସା ନିମନ୍ତେ ମୁଖ୍ୟତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି କ୍ଷ କିନ୍ତୁ ଡାକ୍ତର ଅଭାବ ଯୋଗୁଁ ରୋଗୀ ମାନେ ଠିକରେ ଚିକିତ୍ସା ପାଇ ପାରୁ ନାହାନ୍ତି ତେଣୁ ଡାକ୍ତର ପଦବି ତୁରନ୍ତ ପୁରଣ କରାଯିବା, ଚିକିତ୍ସାଳୟରେ ରହିଥିବା ନିରାମୟ କେନ୍ଦ୍ର ୨୪ ଘଣ୍ଟା ଖୋଲାଯିବା, ସିସି କ୍ୟାମେରା ଖରାପ ଥିବା ଯୋଗୁଁ ତୁରନ୍ତ ମରାମତି କରାଯିବା, ଠିକା ସଂସ୍ଥା ଦ୍ୱାରା ଆଉଟ ସୋର୍ସିଂ ମାଧ୍ୟମରେ ହସ୍ପିଟାଲରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବା, ଗୋଟିଏ ମାତ୍ର ଶବ ବୁହା ଗାଡି ଥିବା ଯୋଗୁଁ ଲୋକ ମାନେ ଘରକୁ ଶବ ନେବା ପାଇଁ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ତେଣୁ ଶବ ବୁହା ଗାଡି ସ୍ୱର୍ଗରଥ ସଂଖ୍ୟା ବୃଦ୍ଧି କରାଯିବା ଆଦି ବହୁ ଦାବୀ ଉପସ୍ଥାପନ କରାଯାଇଛି । ଯଦି ଆଗାମୀ ୭ ଦିନ ଭିତରେ ଦାବୀ ପୂରଣ କରା ନଯାଏ ତେବେ ସାତ ଦିନ ପରେ ବାମନଘାଟିରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି କ୍ଷ ଏହି ଦାବିପତ୍ରର ଏକକିତା ନକଲ ଜିଲ୍ଲାପାଳ ଓ ଏଡିଏମ ଙ୍କୁ ପ୍ରଦାନ କରାଯାଇଛି କ୍ଷ ଆଜିର ଦାବିପତ୍ର ପ୍ରଦାନରେ ବାମନଘାଟି ମାସାଆର୍ମୀ ପକ୍ଷରୁ ସାଂଗଠନିକ ସଭାପତି ବିଘ୍ନେଶର ବାସ୍କେ, ସାଂଗଠନିକ ସମ୍ପାଦକ ଜଗନ୍ନାଥ ମୁର୍ମୁ, ବାମନଘାଟି ସଭାପତି ସୁନିଲ ସରେନ, ସମ୍ପାଦକ ମାସାଙ୍ଗ ମୁର୍ମୁ, ରାଇରଙ୍ଗପୁର ଟାଉନ ସଭାପତି ରାମ ମୁର୍ମୁ, ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି, କାର୍ଯ୍ୟକାରି ସଭାପତି କୁଟିଆ ଟୁଡୁ, ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ସାଧାରଣ ସମ୍ପାଦକ ଚୈତନ ସରେନ, ସମ୍ପାଦକ ହାଡ଼ିବନ୍ଧୁ ଟୁଡୁ, ରବିନ୍ଦ୍ର ମାରାଣ୍ଡି ଏବଂ ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ତୋଫାନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ I
