ଓଡିଶା ଭଳିବଲ ଆସୋସିଏସନର ଉପସଭାପତି ହେଲେ ମନରଞ୍ଜନ ନବ ନିର୍ବାଚିତ ଉପ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ବାରିପଦା : ଓଡିଶା ଭଲିବଲ ଆସୋସିଏସନର ନବ ନିର୍ବାଚିତ ଉପ ସଭାପତି ମନରଞ୍ଜନ ଜୀଉଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କଲେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ଭଲିବଲ ସହ ସମ୍ପାଦକ ପାର୍ଥ ସାରଥି ସ୍ୱାଇଁ ଙ୍କ ସମେତ ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି, ହର ପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ତଥା ଭାନୁପ୍ରତାପ ଭଂଜଦେଓ ଓ ଉମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଓ ପ୍ରକାଶ ଥାଉକି ଶ୍ରୀ ଜୀଉ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବହୁବର୍ଷ ଧରି ପ୍ରତିନିଧିତ୍ୱ କରି ବେଶ ସୁନାମ ଅର୍ଜନ କରିବା ସହ ଓଡିଶା ପୋଲିସରେ ଚାକିରି କରିଥିଲେ ଓ ୧୯୯୦ ମସିହାରେ ଭଲିବଲରେ କଲିକତାରେ ଏନଆଇଏସ ଡିପ୍ଲୋମା ହାସଲ କରିବା ପରେ ଓଡିଶା ପୋଲିସ ଭଲିବଲ ଦଳ ତାଙ୍କର ପ୍ରଶିକ୍ଷଣରେ ୧୯୯୧ ମସିହାରେ ତ୍ରିପୁରା ଠାରେ ଅନୁଷ୍ଠିତ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା ଓ ଦୀର୍ଘ ୧୫ ବର୍ଷ ଧରି ଓଡିଶା ପୋଲିସ ଭଲିବଲ ଟିମରେ କୋଚ ରହିବା ଭିତରେ ଦଳ ବହୁବାର ସଫଳତା ଲାଭ କରିଥିଲା ଓ ପରବର୍ତୀ ସମୟରେ ନିଜ ଜିଲ୍ଲାର ଗ୍ରାମାଂଚଳ, ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ଜିଲ୍ଲା ଦଳକୁ ପ୍ରଶିକ୍ଷଣ ଦେଇ ଶ୍ରୀ ଜୀଉ ବହୁ ପ୍ରତିଭାବାନ ଖେଳାଳିଙ୍କୁ ତିଆରି କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ୫୦୦ ରୁ ଉର୍ଦ୍ଧ ଖେଳାଳି ଆଜି ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି ଓ ଓଡିଶା ଭଲିବଲ ଆସୋସିଏସନର ଉପ ସଭାପତି ହେବା ପରେ ସେ ପୁଣି ଥରେ ଜିଲ୍ଲା ଓ ରାଜ୍ୟ ଭଳିବଲ ଦଳର ପୂର୍ବ ଗୌରବ ଫେରି ଆସିବ ବୋଲି ଆଶାବାଦି ଅଛନ୍ତି ଓ ଏହି ଅବସରରେ ବହୁ କ୍ରୀଡ଼ାବିତ, ଯୁବ ଖେଳାଳି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଚଳିତ ବର୍ଷ ଫେବୃଆରୀ ୯ ତାରିଖରେ ଭଲିବଳର ଜନ୍ମଦିନକୁ ବାରିପଦା ଷ୍ଟାଡିୟମରେ ପାଳନ କରି ସାରା ଓଡିଶାରେ ସେ ବେଶ ଚର୍ଚ୍ଚିତ ହୋଇଥିଲେ ଓ
