ରାଜଧାନୀରୁ ଡେଲିଭରି ବୟ ଅପହରଣ ଘଟଣା: ପୋଲିସକୁ ମିଳିଛି ରୋଚକ ତଥ୍ୟ, ଖୁବଶୀଘ୍ର ଖୋଲିବ ଗୁମର…
ଭୁବନେଶ୍ୱର : ଧଉଳିରୁ ଡେଲିଭରୀ ବୟ ଚିକୁନ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ। ମଧ୍ୟପ୍ରଦେଶରେ ଚିକୁନ ଅଟକଥିବା ସୂଚନା । ମଧ୍ୟପ୍ରଦେଶ ରେଲୱେ ପୋଲିସ ଚିକୁନକୁ ଅଟକ ରଖିଥିବା ସୂଚନା। ଚିକୁନ ସହ ଜଣେ ଯୁବତୀ ମଧ୍ୟ ଅଟକଥିବା ଜଣାପଡ଼ିଛି । ଚିକୁନ ଓ ଯୁବତୀଙ୍କୁ ଆଣିବାକୁ ପୋଲିସର ଏକ ଟିମ୍ ଯିବା ନେଇ ଜଣାପଡିଛି । ପତିତପାବନକୁ ପଚରା ଉଚାର ପରେ ଅପହରଣ ଘଟଣା ଉପରୁ ପରଦା ହଟିବ । ଏନେଇ ଭୁବନେଶ୍ୱର ଡ଼ିସିପି ସୁଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଧଉଳିରୁ ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣାରେ ପୁରୀ ଜିଲା ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଏନେଇ ଗୋପ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନିଖୋଜ ଯୁବତୀଙ୍କର ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ । ସୂଚନା ଯେ, ଗତ ରବିବାର ଦିନ ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ଯୁବକଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଯୁବକଙ୍କ ପରିବାରକୁ ଏକ ଭଏସ୍ ମେସେଜ୍ରେ ଏହି ସୂଚନା ଦେଇଥିଲେ। ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ବେଳେ ଛୁରୀ ଜବତ କରିଥିଲା ପୋଲିସ । ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଥିଲା । ଏପରିକି ଅପହୃତ ଯୁବକଙ୍କ ମୋବାଇଲ୍ର ସିଡିଆର୍ ଯାଞ୍ଚ ଆରମ୍ଭ କରିଥିଲେ ପୋଲିସ । ଖୁବ୍ଶୀଘ୍ର ଯୁବକଙ୍କ ପତ୍ତା ମିଳିବ ବୋଲି ପୋଲିସ ଆଶା ରଖିଥିଲେ । କିନ୍ତୁ ଅପହରଣର ୨ ଦିନ ପରେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି ।
