ରାଜଧାନୀରେ ୨୪ ଘଂଟାରେ ୨୧୪ ପଜିଟିଭ୍
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଦିନ ଆଉ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୫୧ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୬୩ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ମେଂଚଶ୍ୱରରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ଓ ଶୈଳଶ୍ରୀବିହାରରୁ ୯ ଜଣ ଲେଖାଏଁ ,ଖଣ୍ଡଗିରି ଓ ୟୁନିଟ୍ ୩ରୁ ୮ ଜଣ ଲେଖାଏଁ, ନୟାପଲ୍ଲୀରୁ ୭ ଜଣ , ଭିଏସଏସନଗରରୁ ୬ ଜଣ, ବରମୁଣ୍ଡା ଓ ନିଳାଦ୍ରୀବିହାରରୁ ୫ ଜଣ ଲେଖାଏଁ , ଘାଟିକିଆ, ଆଇଆରସି ଭିଲେଜ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର , ଓଲ୍ଡ ଟାଉନ୍ , କଳିଙ୍ଗବିହାର, ଡମଣା ଓ ପାତ୍ରପଡା ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୪୫୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୪୯୯୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୪୨୮ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି ।
