ଗତ ୨୪ ଘଂଟାରେ ଦେଶରେ ୧୭୪ ନୂଆ କରୋନା ରୋଗୀ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଲଗାତର ଭାବେ କମି କମି ଚାଲିଛି । ଗତ ୨୪ ଘଂଟାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୧୭୪ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୨୨୪ ଜଣ ରେକର୍ଡକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ କରୋନାରୁ ସମୁଦାୟ ୪ କୋଟି ୪୧ ଲକ୍ଷ ୪୭ ହଜାର ୭୭୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୦୮ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୨ ହଜାର ୨୫୭ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୦.୧୦ ପ୍ରତିଶତ ଅଛି । ଆଇ ସିଏମ୍ ଆର ଅନୁସାରେ ପୁର୍ବ ୨୪ ଘଂଟାରେ ୪୯ ହଜାରରୁ ଅଧିକ ଟେଷ୍ଟ କରାଯାଇଅଛି । ଶୁକ୍ରବାର ସୁଦ୍ଧା ସମୁଦାୟ ୯୧.୨୯ କୋଟି କରୋନା ଟେଷ୍ଟ କରାଯାଇସାରିଲାଣି ।
