ବାଗିଶ୍ୱରୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଉଦ୍ଯାପିତ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇ ଯାଇଛି । ଉଦ୍ଯାପନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ସାଭାପତିତ୍ୱ କରିଥିଲେ । ସଂଯୋଜକ ସମର ବଲ୍ଲ୍ଲଭ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଫକୀରମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଆତ୍ମରକ୍ଷା ଜିଲା ସଂଯୋଜକ ସନ୍ତୋଷ କୁମାର ରାଉତ ଯୋଗ ଦେଇ ନିଜକୁ ସୁରକ୍ଷିତ ରଖିବାପାଇଁ ବିଭିନ୍ନ କୌଶଳ ଶିକ୍ଷାଦାନ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଲକ୍ଷ୍ମିପ୍ରିୟା ରାଉତ, ଅଧ୍ୟାପକ କାର୍ତ୍ତିକେଶ୍ୱର ପାତ୍ର, ମାଷ୍ଟର ଟ୍ରେନର ମଧୁସ୍ମିତା ଜେନା, ଅଧ୍ୟାପିକା ସୁଜାତା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାଳିକିଙ୍କର ଧର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
