ଇଟାଗଡି ମଠରେ ନୃତ୍ୟ ପ୍ରତିଯୋଗିତା
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଇଟାଗଡି ମଠ ପରିସରରେ ମହାପୁରୁଷ ମେଳାର ପ୍ରଥମ ଦିବସରେ ଗୀତା ଯଜ୍ଞ ପରେ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗୀତାରେ ତିରିଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଓଡଶୀ ନାଚ ଖୁବ୍ ମନଛୁଆଁ ହୋଇଥିଲା । ଶେଷରେ ପୁରଷ୍କାର ବିତରଣ ଉତ୍ସବ ଶିକ୍ଷାବିତ ଗଣେଶ ପ୍ରସାଦ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଠର ସଂସ୍କୃତି ବିଷୟରେ ଆଲୋକପାତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ବିଚାରକ ଭାବେ ନୃତ୍ୟଗୁରୁ ଦୀପକ କୁମାର ସେଠୀ ଯୋଗ ଦେଇଥିଲେ । ସମାଜସେବୀ ଶଶୀକାନ୍ତ ରାଉଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କମିଟି ର କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ନମିତା ବିଶ୍ୱାଳ, କମିଟିର ସଭାପତି ଅକ୍ଷୟ କୁମାର ବେହେରା, ସଂପାଦକ ଜୟକୃଷ୍ଣ ପରିଡା, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ କୁମାର ସେଠୀ, କୋଷାଧ୍ୟକ୍ଷ କିଶୋର କୁମାର ଖଟୁଆ, ଉପସଭାପତି ଦୀନବନ୍ଧୁ ରାଉତ, ସମାଜସେବୀ ସନ୍ତୋଷ କୁମାର ଖୁଣ୍ଟିଆ, ଲକ୍ଷ୍ମୀଧର ସେଠୀ, ବାସୁଦେବ ସେଠୀ, ବାସୁଦେବ ଦାସ, ଦେବଦତ୍ତ ବେହେରା, ବୈଲୋଚନ ଭୋଇ, କମଳା କାନ୍ତ ସେଠୀ,ଦେବେନ୍ଦ୍ର ଖଟୁଆ ଓ ରଜତ ଖଟୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି
