ହଜାରେ ଟଙ୍କାକୁ ହଜାରେ କାମ, ଆମେ କଣ ତୁମ ସାବତ ଝିଅ ? ରାଜରାସ୍ତାରେ କମ୍ପିଲେ ଆଶା କର୍ମୀ
କେନ୍ଦୁଝର (ବ୍ରଜକିଶୋର ରାୟ ) : ହଜାରେ ଟଙ୍କାକୁ ହଜାରେ କାମ, ଆଶା କର୍ମୀ କଣ ତୁମ ସାବତ ଝିଅ। ରାଜରାସ୍ତାରେ କମ୍ପିଲେ ଅଙ୍ଗନବାଡି କର୍ମୀ। ଏଭଳି ନାରା ଦେଇ ଆଜି ହଜାରେରୁ ଉର୍ଦ୍ଧ୍ଵ ଆଶା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ତେବେ ଆନ୍ଦୋଳକାରୀଙ୍କ ମଧ୍ୟରେ ବହୁ କର୍ମୀଙ୍କ କୋଳରେ କଅଁଳା ଛୁଆ ଥିବାବେଳେ ସେମାନଙ୍କୁ କୋଳରେ ଧରି ଖରାରେ ଘଣ୍ଟା ଘଣ୍ଟା ଧରି ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିବା କଷ୍ଟକର ହୋଇପଡୁଛି। ଆଶା କର୍ମୀମାନେ ଢଗ ଗାଇ ହୁଳହୁଳି ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
