ବାଲିଯାତ୍ରା ଖାଦ୍ୟ ଷ୍ଟଲ ଉପରେ ଚଢାଉ, ଫିଙ୍ଗାଗଲା ପୁଳା ପୁଳା ଖାଦ୍ୟ
କଟକ : ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ସିଏମ୍ସି ଓ ଫୁଡ ସେଫ୍ଟି ଵିଭାଗ ପକ୍ଷରୁ ଖାଦ୍ୟ ଷ୍ଟଲ ଉପରେ ଚଢାଉ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । କେଵଳ ମତ୍ସ୍ୟ ଵିଭାଗ ଷ୍ଟଲରୁ ଲକ୍ଷ ଲକ୍ଷ ଟଙ୍କାର ଦୂଷିତ ଖାଦ୍ୟ ଜଵତ ହୋଇଛି । ଆଗକୁ ମଧ୍ୟ ଏହି ରେଡ୍ ଜାରି ରହିବ ବୋଲି କୁହାଯାଉଛି । ଦରକାର ପଡିଲେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।
ସୂଚନା ଯେ, ଗତ ୮ ତାରିଖରୁ ଆରମ୍ଭରୁ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୨ ବର୍ଷ ପରେ ଆରମ୍ଭ ହୋଇଥିବା କଟକ ବାଲିଯାତ୍ରାରେ ଲାଗୁଛି ଭିଡ । ଗତ ୨ ବର୍ଷ ଧରି କରୋନା କାରଣରୁ ବାଲିଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଉଠିଥିବାରୁ ପ୍ରବଳ ଗହଳି ହେଉଛି । ଏଥର ବାଲିଯାତ୍ରାରେ ୧୪୦୦ ରୁ ଅଧିକ ଷ୍ଟଲ ଲାଗିଛି ।
