ଉର୍ଦ୍ଦୁୁ ଦିବସରେ ଜଜ୍ବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟ୍ଟନ
କଟକ : ଉର୍ଦ୍ଦୁ ଦିବସ ଅବସରରେ କଟକ ବକ୍ସିବଜାରସ୍ଥିତ ପାନ୍ଥ ନିବାସ ସଭା ଗୃହରେ ସୌକଦ ରଶିଦ୍ଙ୍କ ଅଧ୍ୟକ୍ଷତାରେ ସାମାଜିକ ଅନୁଷ୍ଠାନ ଜଜ୍ବା ଟ୍ରଷ୍ଟର ଅଧ୍ୟକ୍ଷ ସଫଦର ହାସୀମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୟଦ ନଫିସ ଦସନଭିଙ୍କ ଗଜଲ ଉପରେ ରଚିତ ଉର୍ଦ୍ଦୁ ପୁସ୍ତକକୁ ଉନ୍ମୋଚନ କରିଥିଲେ । ମୁଖ୍ୟ ବକ୍ତାଭାବେ ସ୍ତମ୍ଭକାର ତଥା ଅଧ୍ୟାପିକା ମୀରା ବେଉରା, ସମ୍ମାନିତ ଅତିଥି ଭାବେ ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ମୁସିର ଆଲାମ, ପଲ୍ଲୀଠାରୁ ଦିଲ୍ଲୀର ସମ୍ପାଦକ ଉମାଶଙ୍କର ସାହୁ, ଆଇନଜୀବୀ ତାପସ ଦ୍ୱିବେଦୀ, ପ୍ରଧ୍ୟାପକ ଡଃ ସେକ କଲ୍ଲିମୁଲ୍ଲା ପ୍ରମୁଖ ଯୋଗଦେଇ ଜଜବା ହାସୀମ ଅବଦୁଲ୍ଲା ଟ୍ରଷ୍ଟ ତରପରୁ ବନ୍ୟା, ବାତ୍ୟା ଏବଂ କୋଭିଡ ସମୟରେ ଗରିବ ଅସହାୟ, ଦିବ୍ୟାଙ୍ଗ, କଳାକାର, ବ୍ରାହ୍ମଣ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜାତି ଧର୍ମ ଠାରୁ ଉର୍ଦ୍ଧ୍ୱରେ ରହି ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରିବ ଅସହାୟ ମାନଙ୍କୁ ଜଜ୍ବା ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ଆଗାମୀ ଦିନରେ ଓଡିଶାର ବିଭିନ୍ନ ପ୍ରାନ୍ତରେ କମ୍ବଳ ବିତରଣ କାର୍ଯ୍ୟକ୍ରମ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ହାସୀମ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୟଦର ରହେମାନ, ପୁଷ୍ପା ସିଂହ, ନୁର ଇଲାହି ନାତକ, ଗୌତମ ମିତ୍ର, ଏ଼ମ.ଡି ମୁର୍ସିଦ, ସଲାଉଦ୍ଦିନ ତସ୍କିନ୍ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
