ଟାଙ୍ଗୀ ଓକିଲ ସଂଘ ପକ୍ଷରୁ କୋର୍ଟ ବର୍ଜନ
ଟାଙ୍ଗୀ : ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀଙ୍କ ପକ୍ଷପାତିତା ବିଚାରଧାରାକୁ ନେଇ ଟାଙ୍ଗୀ ଓକିଲ ସଂଘ ପକ୍ଷରୁ କୋର୍ଟ ବର୍ଜନ କରାଯାଇଛି । ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀଙ୍କ ତୁରନ୍ତ ବଦଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ । ଯାହାକୁ ନେଇ ଟାଙ୍ଗୀ କୋର୍ଟରେ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେଇଥିଲା ।
ଟାଙ୍ଗୀ ଓକିଲ ସଂଘ ଏବଂ ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀଙ୍କ ମଧ୍ୟରେ ଦେଖା ଦେଇଥିବା ସମନ୍ୱୟ ଅଭାବର ଆପୋଷ ଆଲୋଚନା ଓ ସମାଧାନ ପାଇଁ ଜିଲ୍ଲା ନ୍ୟାୟାଧିକାରୀ ଟାଙ୍ଗୀ ଓକିଲ ସଂଘ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ତଥାପି କୌଣସି ନିଷ୍କର୍ସ ବାହାରି ପାରିନଥିବା କହିଛନ୍ତି ଟାଙ୍ଗୀ ଓକିଲ ସଂଘର ସଭାପତି ନକୁଳ ନାୟକ ।
