ବିବାହିତା ପ୍ରେମିକା ସହ ଦଉଡ଼ି ଦେଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ନବରଙ୍ଗପୁର : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।
ସୂଚନା ଯେ, ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷେ ତଳେ ନୂଆପଡ଼ା ଜିଲା ସିନାପାଲିରେ ବିବାହ କରିଥିଲେ। ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଜଣେ ଯୁବକ ଉକ୍ତ ଯୁବତୀକୁ ନେଇ କେଉଁ ଆଡେ ଚାଲିଯାଇଥିଲା। ଉଭୟଙ୍କ ପରିବାର ବହୁ ଖୋଜି ଥିଲେ କିନ୍ତୁ ପାଇନଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ, କିନ୍ତୁ ଶେଷରେ ଉଭୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଶନିବାର ସକାଳେ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି ।
