ଛଅ ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ
ନବରଙ୍ଗପୁର : ସମସ୍ତେ ପ୍ରାଣ ବିକଳରେ ଦୌଡୁଥା’ନ୍ତି । ଠିକ ସେତେବେଳେ ବାଘ ହାବୁଡ଼ରେ ପଡିଯାଇଥିଲା 6 ବର୍ଷର ଅବିନାଶ । ବଞ୍ଚିବାକୁ ଚେଷ୍ଟା କଲେ ବି ମହାବଳ ପାଟିରୁ ବର୍ତ୍ତି ପାରିନଥିଲା ସେ । ବାପା-ମାଆଙ୍କ ଆଖି ଆଗରୁ ପୁଅକୁ ଝାମ୍ପି ନେଇଥିଲା ମହାବଳ । କଅଁଳ ଶରୀରକୁ ଅତି ସହଜରେ ପାହାଡ଼ ଉପରକୁ ଟେକିନେଇ ଚାଲିଗଲା । ପରେ ଅଵିନାଶ ମିଳିଲା ସତ କିନ୍ତୁ ତା’ର ମା’ କୋଳ ଶୂନ୍ୟ ହୋଇଗଲା ।
ବାଘ ଆକ୍ରମଣରେ ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଗ୍ରାମର ଜଣେ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକଙ୍କ ବୟସ ସାଢ଼େ ୬ ବର୍ଷ ହେବ । ତାଙ୍କ ନାମ ଅମିତ୍ ମର୍କାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ । ଅମିତ ପରିବାର ସହ ଛତିଶଗଡ ରାଜ୍ୟର ସିହାଞ୍ୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷି ଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଏକ ବଡ଼ ହନୁମାନ ମୂର୍ତ୍ତି ରହିଛି ଏବଂ ତା ପାଖରେ ଚଢ଼ିବାକୁ ପାହାଚ ରହିଛି । ଅମିତ ସହ ଆଉ ଏକ ବାଳକ ରହିଥିଲା । ଦୁଇଜଣ ପାହାଚ ଚଢ଼ିବା ସମୟରେ ଅଚାନକ଼୍ ଏକ ଚିତାବାଘ ଅମିତ କୁ ଆକ୍ରମଣ କରିଥିଲା । ଜୀବନ ବଂଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ । ବାଘ ଅମିତ କୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଞ୍ୱା ପୋଲିସ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇଥିଲେ ରକ୍ତ ଚିହ୍ନ କୁ ଦେଖି ଦେଖି ବହୁ ବାଟ ଯିବାକୁ ପରେ ଗୁରୁତର ଅବସ୍ଥା ରେ ଅମିତକୁ ଉଦ୍ଧାର କରି ଡାକ୍ତରଖାନାରେ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଘଟଣାରେ ସମଗ୍ର ଅଂଚଳରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି କରିଛି ।
