କଂଗ୍ରେସର ବନ୍ଧୁମିଳନ ଓ କର୍ମୀସମ୍ମିଳନୀ
ତିହିଡ଼ି : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ଭାଟପଡ଼ା ପଞ୍ଚାୟତରେ କଂଗ୍ରେସର ଏକ ବଂଧୁମିଳନ ଓ କର୍ମୀ ସମ୍ମିଳନୀ ବୁଧବାର ବ୍ଲକ ସଭାପତି ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ଅଶୋକ କୁମାର ଦାସ ଯୋଗ ଦେଇ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ କମିଟି, ବୁଥ୍ କମିଟି ଗଠନ କରି ତ୍ରୁଣମୂଳ ସ୍ଥରରୁ ଦଳକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୮ନଂ ଜୋନର ମହିଳା ସଭାନେତ୍ରୀ ଭାବେ ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଝରଣା ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା । ଏହି ସମ୍ମିଳନୀରେ ଯୁବକଂଗ୍ରେସ ସଭାପତି ଶ୍ରଦ୍ଧାପ୍ରକାଶ ନାୟକ, ବ୍ଲକ ଉପସଭାପତି ମୀନକେତନ ସେନାପତି, କାର୍ଯ୍ୟକାରୀ ସଭାପତି ଗଣେଶ ଚନ୍ଦ୍ର ମଳିକ, ପଞ୍ଚାୟତ ସଭାପତି ଗଗନ ବିହାରୀ ମହାନ୍ତି, ସୁରେଶ ଚନ୍ଦ୍ର ମହାପାତ୍ର, ସୁବାସ ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ହୋତା, ରବିନ୍ଦ୍ର କୁମାର ପଣ୍ଡା, କୈଳାସ ପାତ୍ର, ଲକ୍ଷ୍ମଣ କୁମାର ନାୟକ, କାହ୍ନୁ ଚରଣ ବେହେରା, ସଂଜୟ କୁମାର ବାରିକ, ତରଣୀସେନ ଜେନା, ବୀରଭଦ୍ର ଜେନା, ମିନତୀ ହାତୀ, ସେଖ୍ ଆରଫାନ, ବୁଦ୍ଧିରାମ ମହାଳିକ, ଶ୍ରୀଧର ପଣ୍ଡା, ଅଶୋକ ହାତୀ, ସଂଜୟ ହାତୀ, ଶରତ ଲେଙ୍କାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
