ସିଏମସି ଖାଦ୍ୟ ସୁରକ୍ଷା ବିଭାଗର ଚଢଉ, ୪୦ କେଜି ଖାଦ୍ୟ ନଷ୍ଟ ୨ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ : କଟକ ମହାନଗର ନିଗମ(ସିଏମସି) ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସହରରେ ଅସ୍ୱାସ୍ଥ୍ୟକର ଓ ନିକୃଷ୍ଟମାନର ଖାଦ୍ୟ ବିକ୍ରି ରୋକିବା ପାଇଁ ଗତ ଦୁଇ ଦିନ ଧରି ଚାଲିଥିବା ଚଢଉ ଅଭିଯାନକୁ ଭିତ୍ତି କରି ଆଜି ଜଗତପୁର ଆଇବି ରୋଡ ନିକଟ ୬ଟି ଦୋକାନକୁ ଯାଂଚ କରାଯାଇଥିଲା । ଏହି ଦୋକାନଗୁଡିକରେ ଅତ୍ୟନ୍ତ ନିକୃଷ୍ଟ ମାନର ଖାଦ୍ୟ ବିକ୍ରି କରାଯାଉଥିବାରୁ ଖାଦ୍ୟସବୁ ଜବତ କରାଯାଇ ପ୍ରାୟ ୪୦ କେଜି ଓଜନର ଖାଦ୍ୟକୁ ନଷ୍ଟ କରାଯାଇଥିଲା । ସେହିଭଳି ଦୁଇଟି ଦୋକାନର ନଥିପତ୍ର ଏବଂ ଲାଇସେନ୍ସ ଠିକ୍ ନଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଜବାବ ରଖିବାକୁ ଦୁଇ ଦିନ ମହଲତ ଦିଆଯାଇଛି । ଏହି ଦୁଇ ଦିନ ଭିତରେ ସେମାନେ ଆବଶ୍ୟକୀୟ କାଗଜପତ୍ର ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେଖାଇବାକୁ କୁହାଯାଇଛି ।
