ସିଏମସି ଏନଫୋର୍ସମେଣ୍ଟ ଟିମ୍ର ଚଢଉ, ୧୫ ହଜାର ଜୋରିମାନାରାସ୍ତା କଡ ସୈାନ୍ଦର୍ଯ୍ୟକରଣ ନଷ୍ଟ ନେଇ ବ୍ୟବସାୟୀଙ୍କୁ ଚେତାବନୀ
ହଟିଲା ରାସ୍ତା କଡରୁ କାଠ, ବାଉଁଶ ଓ ଗୃହ ନିର୍ମାଣ ସାମଗ୍ରୀ ଶବ୍ଦ ଓ ବାୟୁ ପ୍ରଦୂଷଣ ଯୋଗୁ ବନ୍ଦ ହେଲା ମୁଢି କାରଖାନା
କଟକ : କଟକ ମହାନଗର ନିଗମ ଅଧୀନରେ ଥିବା ଏନଫୋର୍ସମେଣ୍ଟ ବିଭାଗ ପକ୍ଷର୍ୁ ରାସ୍ତା କଡରେ ବେଆଇନ ଭାବେ ବ୍ୟବସାୟ ଚଳାଉଥିବା ୨ ବ୍ୟବସାୟୀଙ୍କ ଉପରେ ଚଢଉ କରାଯାଇ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବେଲିଭ୍ୟୁ ଛକ ନିକଟରୁ ସତୀଚୈାରା ପର୍ଯ୍ୟନ୍ତ ରାସ୍ତା କଡରେ ଉପରୋକ୍ତ ୨ ଜଣ ବ୍ୟବସାୟୀ ବେଆଇନ ଭାବରେ କାଠ ଓ ବାଉଁଶ ବ୍ୟବସାୟ ଚଳାଉଥିବା ସହ ସିଏମସି ପକ୍ଷରୁ ହୋଇଥିବା ସୈାନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ । ଆଜି ପୂର୍ବାହ୍ନରେ ସିଏମସିର ଏନଫୋର୍ସମେଣ୍ଟ ଟିମ୍ ଉପରୋକ୍ତ ସ୍ଥାନରେ ପହଂଚି ସରଜମିନ୍ ତଦନ୍ତ କରି ଜଣକୁ ୫ ହଜାର ଓ ଅନ୍ୟ ଜଣକଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ପୁନଶ୍ଚ ଏଭଳି ବେଆଇନ ଭାବରେ ସେଠାରେ ବ୍ୟବସାୟ ନ କରିବାକୁ ସେମାନଙ୍କୁ ଚେତେଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଉପରୋକ୍ତ ବ୍ୟବସାୟୀଦ୍ୱୟ ରାସ୍ତା କଡରେ ନିଜ ବ୍ୟବସାୟର ସୁରକ୍ଷା ପାଇଁ ମୁଖ୍ୟ ରାସ୍ତାରେ ସିସି କ୍ୟାମେରା ମଧ୍ୟ ଲଗାଇଥିଲେ । ଏନଫୋର୍ସମେଣ୍ଟ ଟିମ୍ ଯାଂଚ ସମୟରେ ସମସ୍ତ କାଠ, ବାଉଁଶ ଓ ସିସି କ୍ୟାମେରା ଆଦି ସେଠାରୁ ହଟାଇଦେଇଥିଲେ । ଏତଦ୍ ବ୍ୟତୀତ ବିଡ।।ନସୀ ନିକଟରେ ରାସ୍ତା ଉପରେ ବେଆଇନ ଭାବେ ଗୃହ ନିର୍ମାଣ ସାମଗ୍ରୀ ଜମା କରି ରଖିଥିବା ଅଭିଯୋଗରେ ଜଣକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ବେଳେ ପ୍ରଫେସରପଡାରେ ଲାଇସେନ୍ସ ନ ନେଇ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲୁଥିବା ଏକ ମୁଢି ତିଆର କାରଖାନାକୁ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢଉ କରାଯାଇ ବନ୍ଦ୍ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏହି କାରଖାନାରେ ଦ୍ୱାରା ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଥିବା ନେଇ ସିଏମସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
