ଏକାଧିକ ୱାର୍ଡ ବୁଲି କାର୍ଯ୍ୟ ତଦାରଖ କଲେ ସିଏମସି କମିଶନର
କଟକ : କଟକ ମହାନଗର ନିଗମ(ସିଏମସି) କମିଶନର ନିଖିଲ ପୱନ କଲ୍ୟାଣ ଶୁକ୍ରବାର ସହରର ଏକାଧିକ ୱାର୍ଡ ପରିଦର୍ଶନ କରି ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି । ବିଶେଷକରି କାମର ମାନ ଓ ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କରିବା ପାଇଁ ସେ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କମିଶନର ଶ୍ରୀ କଲ୍ୟାଣ ପ୍ରଥମେ ୭ ନଂ ୱାର୍ଡ ପରିଦର୍ଶନ କରି ସ୍ଥାନୀୟ କର୍ପୋରେଟର ମମତା ନାୟକଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତ ବାସିନ୍ଦାମାନଙ୍କ ସହିତ କାର୍ଯ୍ୟର ଅଗ୍ରଗତି ଓ ମାନକୁ ନେଇ ଆଲୋଚନା କରିଥିଲେ । ପରେ ସେ ୧୬ , ୧୭ ଓ ୧୮ ନଂ ୱାର୍ଡ ପରିଦର୍ଶନ କରି ସେଠାରେ ଜାରି ରହିଥିବା ନିର୍ମାଣଧୀନ କାର୍ଯ୍ୟଗୁଡିକର ତଦାରଖ କରିଥିଲେ । ନିର୍ମାଣାଧୀନ ଡ୍ରେନ୍, ପାର୍କ, ପୋଲିସ ହାଇସ୍କୁଲ ଓ ପ୍ୟାରୀମୋହନ ଏକାଡେମୀ ପରିସରରେ ଚାଲୁଥିବା ପୁର୍ନନିର୍ମାଣ କାର୍ଯ୍ୟ ସେ ତଦାରଖ କରିବା ସହିତ ଜାଇକା, ଅଙ୍ଗନୱାଡି ଓ ଗୋଷ୍ଠୀ ଶୈାଚାଳୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ବେଳେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ସିଟି ଇଂଜିନିୟର ଅତନୁୁ ସାମନ୍ତ, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ଏ. ଶ୍ରୀଦେବୀ, ମହମ୍ମଦ ଇଫ୍ତକାର ଆଲାମ୍ ପ୍ରମୁଖ ଉପସ୍ଥିତ ଥିଲେ ।
