ଜାମ୍ମୁର ସିଦଡାରେ ସଂଘର୍ଷ, ସୁରକ୍ଷାକର୍ମୀଙ୍କ ହାତରେ ତିନି ଆତଙ୍କବାଦୀ ମୃତ
ଜାମ୍ମୁ : ଜିଲ୍ଲାର ସିଦଡା ଅଂଚଳରେ ବୁଧବାର ସକାଳେ ହୋଇଥିବା ସଂଘର୍ଷରେ ସୁରକ୍ଷାକର୍ମୀମାନେ ତିନି ଆତଙ୍କବାଦୀଙ୍କୁ ମାରିଛନ୍ତି । ଏହି ଆତଙ୍କବାଦୀ ଟ୍ରକ୍ରେ ସବାର ଥିଲେ । ଡିଜିପି ଦିଲବାଗ ସିଂହ ଏହାର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ଜଣାପଡ଼ି ନାହିଁ । ଏଡିଜିପି ମୁକେଶ ସିଂହଙ୍କ ମୁତାବିକ ବୁଧବାର ସକାଳେ ପାଖାପାଖି ସାଢ଼େ ସାତଟାରେ ସଂଘର୍ଷ ଆରମ୍ଭ ହୋଇଥିଲା । ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ସାହାଯ୍ୟ ପାଇଁ ଅଂଚଳରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି । ସିଂହ କହିଛନ୍ତି ଯେ ଅସାମାନ୍ୟ ଗତିରେ ଯାଉଥିବା ଟ୍ରକ୍କୁ ପିଛାକରି ସିଦଡ଼ାରେ ରୋକା ଯାଇଥିଲା । ଟ୍ରକ୍ର ରୋକିବା ମାତ୍ରେ ଚାଳକ ପଳାଇଯାଇଥିଲା । ଏଡିଜିପି ସିଂହଙ୍କ କହିବା ଅନୁସାରେ ଟ୍ରକ୍ର ତଲାଶୀ ନେବା ପାଇଁ ଜବାନ ତା’ ଉପରେ ଚଢ଼ିଥିଲେ ତେବେ ଛୁପିଥିବା ଆତଙ୍କବାଦୀଙ୍କ ମଧ୍ୟରେ ତିନି ଆତଙ୍କବାଦୀଙ୍କୁ ମାରି ପକାଇଥିଲେ । ସଂଘର୍ଷ ସରିସାରିଛି । ଏହି ଟ୍ରକ୍ କାଶ୍ମୀର ଘାଟୀ ଆଡ଼କୁ ଯାଉଥିଲା । ଗୋଳିବାରୀ ସମୟରେ ଟ୍ରକ୍ରେ ନିଆଁ ଲାଗିଯାଇଥିଲା । ସୁରକ୍ଷାକର୍ମୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରିଥିଲା ।
