ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ୩ ଜାନୁୟାରେ ବିହାରରେ ପହଂଚିବେ
ପାଟନା : ଭାରତୀୟ ଜନତା ପାର୍ଟି ବିହାରରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟରେ ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ୩ ଜାନୁୟାରେ ବିହାରକୁ ଆସୁଛନ୍ତି । ସେ ବୈଶାଳୀର ଗୌରୌଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ଼ାଙ୍କ ଗସ୍ତ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ବିବେକ କୁମାରଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଦିଆଯାଇଛି । ତାଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏହି ସମୟରେ ନଡ଼ା ରାଜ୍ୟ ବିଜେପି ନେତାଙ୍କ ସହ ଏକ ବୈଠକ ମଧ୍ୟ କରିବେ । ବିହାରର ମହାଗଠବନ୍ଧନ ସରକାର ଗଠନ ପରେ ଜେ.ପି. ନଡ୍ଡାଙ୍କର ଏହା ହେଉଛି ପ୍ରଥମ ଗସ୍ତ ।
