ଋାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢ଼ାନ୍ତୁ କେନ୍ଦ୍ର ସରକାର – କଂଗ୍ରେସ
ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢ଼ାଇବା ଦାବି କରିଛନ୍ତି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ବୁଧବାର ଦିନ ଏହି ବାବଦରେ ଏକ ପତ୍ର ଲେଖ କହିଛନ୍ତି ଯେ ଦିଲ୍ଲୀରେ ଯେତେବେଳେ ୨୪ ଡିସେମ୍ବରକୁ ଭାରତ ଯୋଡ଼ୋ ଯାତ୍ରା ପହଂଚିଥିଲା କେତେଥର ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ସନ୍ଦେହ ଲାଗିଥିଲା । ଦିଲ୍ଲୀ ପୋଲିସ୍ ପ୍ରବଳ ଭୀଡ଼କୁ ନିୟନ୍ତ୍ରିତ କରିବା ଏବଂ କଂଗ୍ରେସ ନେତାଙ୍କୁ ସୁରକ୍ଷା ଦେବାରେ ବିଫଳ ରହିଛି । କଂଗ୍ରେସ ମହାସଚିବ ପତ୍ରରେ ଆଗକୁ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଜେଡ ପ୍ଲସ ସୁରକ୍ଷା ଦିଆଯାଇଚି । ଦିଲ୍ଲୀ ପୋଲିସ୍ ଭାରତ ଯୋଡ଼ୋ ଯାତ୍ରାରେ ହୋଇଥିବା ଭୀଡ଼କୁ ନିୟନ୍ତ୍ରିତ କରିବା ବଦଳରେ ମୁକଦର୍ଶକ ହୋଇଛନ୍ତି ।
