ଗୋଷ୍ଠୀ ଅର୍ନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍ଘାଟିତ
ଜଳେଶ୍ୱର : ଜଳେଶ୍ୱର ବ୍ଲକର ଶାନ୍ତିଆସ୍ଥିତ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଗୋଷ୍ଠୀ ଅର୍ନ୍ତନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି । ଏହାକୁ ପୌର ଅଧ୍ୟକ୍ଷ ପ୍ରତୀକ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ଭାରପ୍ରାପ୍ତ ବିଇଓ ଅଜୟ କୁମାର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀ ପ୍ରଧାନ ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କହିଥିଲେ ଯେ କେବଳ ସରକାର ନୁହନ୍ତି , ସମାଜର ପ୍ରତ୍ୟେକ ବ୍ୟକ୍ତ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟସ୍ରୋତ କୁ ଆଣିବାପାଇଁ ପ୍ରଚେଷ୍ଟା ଜାରି ରଖିବା ଉଛିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଇଓ ଲଲାଟେନ୍ଦୁ ଜେନା, ବିଆର୍ସିସି ସୁଶାନ୍ତ କୁମାର ଜେନା, ବିଆର୍ପତ ସୁବ୍ରତ କୁମାର ସୁତାର ଓ ରଂଜିତା ମହାନ୍ତି, ସିଆର୍ସିସି ଓ ଆଇଇଭିମାନେ ଯୋଗ ଦେଇଥିଲେ । ବ୍ଳକ ସ୍ତରୀୟ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦିବ୍ୟାଙ୍ଗ ମାନଙ୍କୁ ୩ଚକିଆ ସାଇକେଲ ପ୍ରଦାନ ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜ୍ଜନ କରି ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ ଅଧ୍ୟ ମାନସ କୁମାର ଜେନା, ବିଡିଓ ପୁନମ୍ ରାଉତ, ଉପାଧ୍ୟକ୍ଷା ସଂଚିତା ଜେନା, ଅଜୟ କୁମାର ଜେନା, ଶ୍ୟାମସୁନ୍ଦର ଦେ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଜେନା ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରିଥିଲେ ।
