ଚୌଦ୍ୱାର କଟକ ବିଜେଡି ପକ୍ଷରୁ ୫୨ ଓ ୫୩ନଂ ୱାର୍ଡରେ ଜନସମ୍ପର୍କ ପଦଯାତ୍ରା
କଟକ : ରାଜ୍ୟ ସରକାରଙ୍କ ବିକାଶର ବାର୍ତାକୁ ଘରେ ଘରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ବ୍ୟାପୀ ଜନ ସଂର୍ପକ ପଦଯାତ୍ରା ପାଳନ କରାଯାଉଅଛି । ଏହି ଅବସରରେ ଚୌଦ୍ୱାର କଟକ ବିଜେଡିର ଜନସମ୍ପର୍କ ପଦଯାତ୍ରା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶର ବାର୍ତ୍ତା ଓଡିଶାର ଘରେ ଘରେ ପହଂଚାଯାଉଛି । ଆଜି ଚୈାଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଜନସର୍ମ୍ପକ ପଦଯାତ୍ରାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଉପସ୍ଥିତ କର୍ମୀଙ୍କୁ ଉଦ୍ବୋଧନ ମାଧ୍ୟମରେ କହିଥିଲେ । ଏହି ଅବସରରେ ୫୨ ଓ ୫୩ନଂ ୱାର୍ଡର କର୍ପୋରେଟର ସୌଭାଗିନୀ ଜେନା ଓ ଅରବିନ୍ଦ ଜେନାଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳ ଗସ୍ତ କରି ପଦଯାତ୍ରା ମାଧ୍ୟମରେ ଜନସମ୍ପର୍କ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ସିଂହ, ୱାର୍ଡ ସଭାପତି ବିନୟ କେତନ ଚୌଧୁରୀ, ନଗର କମିଟିର ସାଧାରଣ ସମ୍ପାଦକ ତାପସ ମହାନ୍ତି, ରାଜେନ୍ଦ୍ର ରଣା, ଦିଲ୍ଲୀପ କୁମାର ଜେନା, ସଚ୍ଚିଦାନନ୍ଦ ମିଶ୍ର, ଅନିତା ବେହେରା, ସୁଭଦ୍ରା ଦାସ, ଡଃ ବ୍ୟେମୋକେଶ କାନୁନଗୋ, କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଟିଂଆ, ଇଂ. ସୁବ୍ରତ ଘଡେଇ, ପ୍ରଦୀପ କୁମାର ସାହୁ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ୱାର୍ଡ ସଭାପତି ସତ୍ୟବ୍ରତ ପଟ୍ଟନାୟକ, ପବିତ୍ର ମୋହନ ଭୂୟାଁ, ଅକ୍ଷୟ ପଣ୍ଡା, ବିଦୁଲତା ସ୍ୱାଇଁ, ରଜନୀ କାନ୍ତ ପରିଜା ପ୍ରମୁଖଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏହି ପଦଯାତ୍ରାରେ ସାମିଲ ଦେଇଥିଲେ ।
