ପିଲାକୁ ଧରି ଆତ୍ମହତ୍ୟା ଉଦ୍ୟମ: ଉଦ୍ଧାର କଲେ ଟ୍ରାଫିକ କର୍ମଚାରୀ
କଟକ : ମଧୁପାଟଣା ଥାନା ନିକଟ ପୋଲ ଉପରୁ ପିଲାକୁ ଧରି ମା’ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କୈାଶଳ କ୍ରମେ ଟ୍ରାଫିକ କର୍ମଚାରୀ ତାଙ୍କୁ ଉଦ୍ଧାର କରିପାରିଛନ୍ତି । ଟ୍ରାଫିକ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଂଚିଯାଇଛି ଦୁଇଟି ଜୀବନ । ଆଜି ଅପରାହ୍ନରେ ତିଗିରିଆ ଅଂଚଳର ଜଣେ ମହିଳା ପାରିବାରିକ ଅସନ୍ତୋଷ କାରଣରୁ ଝିଅକୁ ଧରି ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିନେଇଥିଲେ । ଯାହାଫଳରେ ଦୁଇ ଦୁଇଟି ଜୀବନ ଆଜି ବଂଚିଯାଇଥିଲା । ଏହାକୁ ନେଇ ଟ୍ରାଫିକ କର୍ମଚାରୀଙ୍କୁ ସବୁ ସ୍ତରରେ ଧନ୍ୟବାଦ ଜଣାଯାଇଛି ।
