ଭଏସ୍ ଫର୍ ଭଏସଲେସ୍ ତରଫରୁ ମିଳିତ ଜାତିସଙ୍ଘ ଦିବସ ପାଳନ
କଟକ : ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ଓ ଉଫୁନା ତରଫରୁ କଟକ ସ୍ଥିତ ଖାନନଗର ବିଦ୍ୟାଳୟ ମିଳିତ ଜାତି ସଙ୍ଘ ଦିବସ ପାଳନ କାର୍ଯ୍ୟକ୍ରମ, ନିକଟସ୍ଥ ବସ୍ତି ଅଂଚଳରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡ.ଦ୍ୱୀପାୟନ ପଟ୍ଟନାୟକ, ଡ ରଂଜନ କୁମାର ଯତୀ, ଦୀପ୍ତି ରଂଜନ ପଣ୍ଡା, ଡ. ବିଭୁଦତ୍ତ ଖଣ୍ଡାୟତରାୟ ପ୍ରମୁଖ ଯୋଗ ଦେଇଥିଲେ ।
