ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ
କଟକ : ଅହମଦିଆ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଙ୍ଗଳାବାଗ ସ୍ଥିତ ଅହମଦିଆ ମୁସଲିମ ମିସନ ପରିସରରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୟଦ ସଲିମ ଅହମଦ୍ଙ୍କ ପୌରୋହିତ୍ୱରେ ସୟଦ ଅହିୟା ଅହମଦ୍ ପବିତ୍ର କୋରାନ ପାଠ କରିଥିବା ବେଳେ ସୟଦ୍ ଅବରାର୍ ଅଲ୍ଲି ଊର୍ଦ୍ଦୁ କବିତା ପରିବେଷଣ କରିଥିଲେ । ସୟଦ୍ ତାହିର ଅହମଦ୍, ହାପିଜଉଦ୍ଦିନ ଖାନ୍ ତଥା ମୌଲବୀ ହାଲିମ୍ ଖାନ୍ ପ୍ରମୁଖ ଯୋଗଦେଇ ଏହି ଦିବସର ମହିମା ଉପରେ ମତବ୍ୟକ୍ତ କରିଥିଲେ । ସଭାପତି ସୟଦ ସଲିମ ଅହମଦ ଅହମଦିୟା ମୁସଲିମ ସମ୍ପ୍ରଦାୟ ପ୍ରତିଷ୍ଠା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସଲାମ ଧର୍ମର ବାସ୍ତବ ରୁପକୁ ଅଧିକ ସୁନ୍ଦର ଭାବେ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଇସଲାମ ଶାନ୍ତି ଓ ନିରାପତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି ଧର୍ମର ମୂଳ ଲକ୍ଷ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିବା ବେଳେ ଏହି ସଭାରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।
