ଆରପିଏଫର ଚଢଉ, ୮୫ ଜଣଙ୍କ ବିରୋଧରେ ମାମଲା
କଟକ : କଟକ ରେଲୱେ ଷ୍ଟେସନରେ ବିନା ଟିକେଟରେ ଯାତ୍ରା କରିବା ସହିତ ଷ୍ଟେସନ ପ୍ଲାଟଫର୍ମ ଭିତରେ ବିନା ଶୋଇବା ଓ ଚଲାବୁଲା କରିବା ଅଭିଯୋଗରେ ଆରପିଏଫ ଆଜି ୮୫ ଜଣଙ୍କୁ ଗିରଫ କରି ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରିଛି । ମୁଖ୍ୟତଃ ଷ୍ଟେସନ ମଧ୍ୟରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁବିଧା ସୁଯୋଗ, , ବିନା ପ୍ଲାଟଫର୍ମ ଟିକେଟରେ ଷ୍ଟେସନ ମଧ୍ୟରେ ବୁଲୁଥିବା ସନ୍ଦଗ୍ଧ ବ୍ୟକ୍ତିଙ୍କ ଉପରେ ଆରପିଏଫ ପକ୍ଷରୁ ଏହି ପଦକ୍ଷେପ ନିଆଯିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି ।
