ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର; ଧରାପଡ଼ିବା ପରେ କ୍ଷମା ମାଗି ଟଙ୍କା ଫେରାଇଲେ ଦୁଇ ନର୍ସ
ଆଗକୁ ଏପରି ହେବ ନାହିଁ ବୋଲି ଅଧିକ୍ଷକଙ୍କୁ ଲିଖିତ ଜଣାଇଛନ୍ତି
ବ୍ରହ୍ମପୁର : ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର l ଅସ୍ତ୍ରୋପଚାର ଦ୍ୱାରା ଛୁଆ ଜନ୍ମ ହେବା ପରେ ରୋଗୀଙ୍କ ଭାଇଙ୍କ ନିକଟରୁ ଦୁଇ ନର୍ସ ନେଇଗଲେ ଲାଞ୍ଚ ଟଙ୍କା l ଧରାପଡିବା ପରେ ରୋଗୀଙ୍କ ଭାଇଙ୍କୁ ଫେରାଇଲେ ଲାଞ୍ଚ ଟଙ୍କା l ଲିଖିତ ଭାବେ ନର୍ସ ଅଧିକ୍ଷକଙ୍କୁ ଜଣାଇବା ସହ କ୍ଷମା ମାଗି ଟଙ୍କା ଫେରାଇଲେ l କେବଳ ଏତିକି ନୁହେଁ ଆଉ ଆଗକୁ ଏପରି ହେବ ନାହିଁ ବୋଲି ମଧ୍ୟ ଦୁଇ ନର୍ସ ଲେଖିଛନ୍ତି I
ହେଲେ ଏହି ଗାଇନିକ ଓଟିରେ ଜୈନିକ ଯୁବ ଡାକ୍ତର ଅଛନ୍ତି ଯିଏ କି ଉକ୍ତ ବିଭାଗରେ ବେଶ ପରିଚିତ I ତାଙ୍କ ଡିଉଟି ଯେବେ ରୁହେ ସେହି ଦିନ ରାତିରେ ସେ କୁବେର ଭଳି ଧନୀ ହୁଅନ୍ତି ଏବଂ ଅନ୍ୟକୁ ମଧ୍ୟ ଧନୀ କରନ୍ତି I ତାଙ୍କଠାରୁ ଅନୁପ୍ରାଣିତ ହୋଇ କିଛି କର୍ମଚାରୀ ଏବେ ଲାଞ୍ଚୁଆ ହୋଇଯାଇଛନ୍ତି I ଧରାପଡୁଛନ୍ତି ତଳିଆ କର୍ମଚାରି ହେଲେ ଡାକ୍ତର ବାବୁ ଜଣକ ଖସି ଯାଉଛନ୍ତି I ଆମେ କିନ୍ତୁ ପ୍ରୟାସ ଜାରି ରଖିଛୁ ଦିନେ ନା ଦିନେ ଡାକ୍ତରଙ୍କ ମୁଖା ଖୋଲିବୁ I ସେହି ଡାକ୍ତରଙ୍କ ଲାଗି ଏମକେସିଜି ଗାଇନିକ ବିଭାଗ ବଦନାମ I
