ରାଉରକେଲାର ଅଭାବନୀୟ ଘଟଣା : ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଧାର
ରାଉରକେଲା : ରାଉରକେଲାର ରାଏବଗା ଥାନା କାଦୋବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଧାର ହୋଇଛି । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଛି । ଧାରୁଆ ଅସ୍ତ୍ରରେ ବୃଦ୍ଧ ଦମ୍ପତ୍ତିଙ୍କୁ କରାଯାଇଛି । ମୃତକ ଦ୍ବୟ ହେଲା ଲୋହା ପାଡୁଆ ଏବଂ ପତ୍ନୀ ଲୁଧି ପାଡୁଆ । ଘଟଣା ସ୍ଥଳରେ ରାଏବଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
