ଯୁବକଙ୍କ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ
ରାଉରକେଲା : ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲ ପାଚେରୀ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସେହିପରି ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି ।
