କୋଏଲ ନଦୀରେ ଭାସିଗଲା ଅଷ୍ଟମ ଶ୍ରେଣୀ ଛାତ୍ର
ରାଉରକେଲା : ରାଉରକେଲାରେ ଅଘଟଣ । ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ତାଙ୍କ ନାମ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ପଢ଼ନ୍ତି। ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ତାଙ୍କର ବି ପତ୍ତା ମିଳିନାହିଁ।
ସୂଚନା ଯେ, ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ଆଜି କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ସେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ବିକାଶଙ୍କର ପତ୍ତା ମିଳିନାହିଁ।
