ପୋଖରିରେ ଭାସୁଛି ଯୁବତୀଙ୍କ ମୃତଦେହ, ହତ୍ୟା ନେଇ ଅଭିଯୋଗ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ପୋଖରିରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ପକ୍ଷରୁ ଝିଅକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଯେ, ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ବାରିକ ଗତ ୮ ତାରିଖରୁ ନିଖୋଜ ଥିବା ବାଘମାରି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ସେବତୀଙ୍କ ମୃତଦେହ ତାଙ୍କ ଘର ନିକଟ ପୋଖରୀରେ ଭାସୁଥିବା ଜଣାପଡିବା ପରେ ଝିଅକୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
