ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦେବ
ଖୋର୍ଦ୍ଧା : ଖୋର୍ଦ୍ଧା କୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ୍ ଖାରଜ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି କୋର୍ଟରେ ଜଗଦେବ ଆତ୍ମସମର୍ପଣ କରିଥିଲେ ।
ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରଥମ ଅତିରିକ୍ତ ଜିଲା ଦୌରା ଜଜ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମ ସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ । ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
