କମାରିଆରେ ରକ୍ତଦାନ ଶିବିର, ୩୩ ୟୁନିଟ୍ ସଂଗୃହିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ବଜାରରେ ଜାନୁଆରୀ ୧ ତାରିଖରେ ଦୁର୍ଗା ମେଡ଼ିସିନ୍ ଷ୍ଟୋର ଏବଂ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଥିଲା । ସମ୍ବାଦ ଏହି ରକ୍ତଦାନ ଶିବିରକୁ ପୂର୍ବତନ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାପାତ୍ର ଉଦ୍ଘାଟନ କରିଥିଲେ । ବ୍ଲଡ଼ ବ୍ୟାଙ୍କ ପକ୍ଷୀଚ ଡା. ଜି.ସି. ସାହୁ, ଟେକ୍ନିସିଆନ ରବିନ୍ଦ୍ର ଜେନା, ବିଶ୍ୱରଂଜନ ବଳ, ସେକ୍ ବୁଦ୍ଧିଆ, ବଳରାମ ପୁହାଣ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ପ୍ରତିନିଧି ପ୍ରଭାତ କୁମାର ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସମାଜସେବୀ ସୁନୀଲ ରାଉତ, ଅନାଦି ଚରଣ ବେହେରା, ଶଶିକାନ୍ତ ବେହେରା, ସୁବାସ ରାଉତ, ଅଲେଖ ଚନ୍ଦ୍ର ଜେନା, ଅଶୋକ ନାୟକ, ସୁରେନ୍ଦ୍ର ପରିଡ଼ା, ରବିନ୍ଦ୍ର ମହାଳିକ, ମାନସ ବେହେରା, ବିକର୍ତ୍ତନ ମହାଳିକ, ଜଗବନ୍ଧୁ ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
