ଅଶ୍ରୁ ତରଫରୁ ରକ୍ତଦାନ ଶିବିର
ଜୟପୁର : ଅଶ୍ରୁ ଜୟପୁର ୟୁନିଟ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଜୟପୁର ଶ୍ରମିକ ଭବନ ଠାରେ ଆୟୋଜିତ ରକ୍ତ ଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିବାହ ବାର୍ଷିକ ଉତ୍ସବ ଅବସରରେ ୨ଟି ଦମ୍ପତି ଦେବାଶିଷ ପଣ୍ଡା ତାଙ୍କ ସ୍ତ୍ରୀ କାମାକ୍ଷୀ ହୋତା ଓ ଅଶୋକ ସାମନ୍ତରାୟ ତାଙ୍କ ସ୍ତ୍ରୀ ସୁନିିତା ପଣ୍ଡା ରକ୍ତଦାନ କରିଥିଲେ । ଏହି ଶିବିରକୁ ଅଶ୍ରୁର ସଭାପତି ପ୍ରିନ୍ସ କେଲାଡି, ସମ୍ପାଦକ ଲକ୍ଷ୍ମଣ ମିଶ୍ର, ରଞ୍ଜନ ମିଶ୍ର, ସନ୍ତୋଷ ଦଳେଇ, ଏମ ଶ୍ରୀନିବସ, ଝାଡେଶ୍ୱର ପଣ୍ଡା, ଦେବାଶିଷ ମିଶ୍ର, ସରୋଜ ମହାରଣା ଆୟୋଜନ କରିଥିଲେ । ହସପିଟାଲ କର୍ମଚାରି ପ୍ରମୋଦ ଖରା, ଅମ୍ଲାନ ଜ୍ୟୋତି. ଡାକ୍ତର ଅକ୍ଷୟ ସାହୁ ଓ କାର୍ତିକ ରାଉତ ଉପସ୍ଥିତ ଥିଲ ।
